ଅବକାରୀ ବିଭାଗ ର ଚଢ଼ାଉ ।

3

ବାରିପଦା :: ମୟୂରଭଞ୍ଜ ଜିଲ୍ଲା ଅବକାରୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ଵପ୍ନା ରାଣୀ ସାହୁ ଅବକାରୀ ନିରୀକ୍ଷକ ,ସଦର ରେଞ୍ଜ ତତ୍ବାବଧାନରେ କୁଳିଅଣା ଅବକାରୀ ଟିମ ସଦର ଦେଉଳି ,ମୋବାଇଲ ୟୁନିଟ ଏବଂ ଏ ପି ଆର ଫୋର୍ସ ଙ୍କ ସହଯୋଗରେ କୁଳିଅଣା ଅବକାରୀ ଥାନା ଅନ୍ତର୍ଗତ ବାଙ୍ଗିରିପୋଷି, ଭୁଆସୁଣୀ, ଦରୁଣିଆ,ବହାଦୁରପୁର, ଚାନ୍ଦୁଆ ଆଦି ସ୍ଥାନରେ ମିଳିତ ଭାବେ ଚଢ଼ାଉ କରିଥିଲେ ।ଏଥିରେ ସମୁଦାୟ ଚାରି ଗୋଟି ମାମଲା ରୁଜୁ ହୋଇଥିବାବେଳେ ସମୁଦାୟ ୯୨୦ ଲିଟର ଚୋରା ଦେଶି ମଦ ଏବଂ ୧୫୧୦୦ ଲିଟର ମହୁଲ ପୋଚ କୁ ଘଟଣା ସ୍ଥଳରେ ନଷ୍ଟ କରିଦିଆ ଯାଇଛି । ଉକ୍ତ ଚଢ଼ାଉରେ କୁଳିଅଣା ଅବକାରୀ ଉପ ନିର୍ଦ୍ଦେଶକ ଜ୍ଞାନେଶ୍ୱରୀ ବିଶ୍ଵାଳ ଓ ଏ ଏସ ଆଇ ତପନ କୁମାର ସାହୁ ଙ୍କ ସହିତ ଅରୁଣ ରାଜ ତରେଇ, ବିଳାସ କୁମାର ମହାନ୍ତ, ଲକ୍ଷ୍ମଣ କୁମାର ନାଥ ଏବଂ ମମତା ବାରିକ ଉପସ୍ଥିତ ହୋଇଥିଲେ । ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।

Leave A Reply

Your email address will not be published.