ବିଷାକ୍ତ ଖୋଲା ମଦ ପିଇ ଜଣେ ମୃତୁ ଅଭିଯୋଗ

3

ସୁବର୍ଣ୍ଣପୁର, ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ )ପୁଅ ଜିଉଁତିଆ ପାଈଁ ଦୁବ ତୋଳିବାକୁ ଯାଇ ବିଷାକ୍ତ ଦେଶୀ ମଦପିଇ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ l ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ତୁଲୁଣ୍ଡୁପାଲି ଗ୍ରାମର ରଘୁ ଭୋଇ ବୋଳି ଜଣାପଡିଛି l ଅଭିଯୋଗ ରୁ ଜଣାଯାଏ ଯେ ଆଜି ପୁଅଜିଉନ୍ତିଆ ପାଇଁ ଦୁବଘାସ ତୋଳିବାକୁ ଯାଇଥିବା ବେଳେ ମଦପିଇ ପଡ଼ିଥିଲେ। ତାଙ୍କ ପରିବାର ଲୋକେ ତାଙ୍କୁ ପୋଖରୀ ହୁଡାରେ ପଡ଼ିଥିବା ଦେଖି ତାଙ୍କୁ ବିନିକା ଡାକ୍ତରଖାନା କୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଏହା ବିଷାକ୍ତ ମଦମୃତ୍ୟ ବୋଲି ଅଭିଯୋଗ କରିଥିଲେ। ଆଜି ସନ୍ଧ୍ୟା ହୋଇ ଯିବାରୁ ଆସନ୍ତାକାଲି ମୃତ ଦେହର ଶବ ବ୍ୟବଚ୍ଛେଦ କରାଯିବ l ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କେଉଁ କାରଣରୁ ମୃତ୍ୟୁ ହୋଇଥିବା ତାହା ଜଣାପଡ଼ିବ ବୋଲି ପୋଲିସ ପାଖରୁ ସୁଚନା ମିଳିଛି l ଗ୍ରାମରେ ବେଆଇନ ଭାବରେ ମଦ ବିକ୍ରୀ ହେଉଥିବାରୁ ଆଜି ଜଣେ ବ୍ୟକ୍ତିର ଜିବନ ଯାଇଛି l କିନ୍ତୁ ଆଗାମୀ ଦୀନରେ ପ୍ରଶାସନ କଡାକଡି ବେଆଇନ ମଦ ବିକ୍ରି ବନ୍ଦ କରିବାକୁ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଦାବି କରିଛନ୍ତି l

Leave A Reply

Your email address will not be published.