ସାକ୍ଷର , ସ୍ୱଚ୍ଛ ଓ ସବୁଜ ଭାରତର ସଂକଳ୍ପ କାର୍ଯ୍ୟକ୍ରମ

3

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଲମୁକୁନ୍ଦ କେନ୍ଦ୍ର ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ‘ସାକ୍ଷର , ସ୍ୱଚ୍ଛ ଓ ସବୁଜ ଭାରତର ସଂକଳ୍ପ’ ଶ୍ରୀଜଗନ୍ନାଥ ନିକେତନ(ଅନାଥ ଆଶ୍ରମ) , ରାଜସୀତାପୁର , ଗୋଷଣି ବ୍ଲକରେ ଅନୁଷ୍ଠିତ ହୋଇଛି।
ଏଥିରେ କେନ୍ଦ୍ରର ଉପଦେଷ୍ଟା ଶ୍ରୀଯୁକ୍ତ ଭାଗବତ ପାଢ଼ୀ ଯୋଗ ଦେଇ ସ୍ୱଚ୍ଛତା ଅନ୍ତର୍ଗତ ହାତ ସଫା କରିବାର ନିୟମ ଗୁଡିକ ପ୍ରଦର୍ଶିତକରି ବୁଝାଇଥିବା ବେଳେ ଅଙ୍କୁଡ଼ା ହାଇସ୍କୁଲର ପ୍ରଧାନ ଶିକ୍ଷକ ଜି. ଭାସ୍କର ରାଓ ସାକ୍ଷର ଭାରତ ପାଇଁ ଆମର ଦାୟିତ୍ୱ ବିଷୟରେ ବୁଝାଇଥିଲେ। ପରବର୍ତ୍ତୀ କାର୍ଯ୍ୟକ୍ରମରେ ସୁଶ୍ରୀ ମାହେଶ୍ୱରୀ ନାୟକ କେନ୍ଦ୍ରୀୟ ବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ଜନ୍ମଦିନ ପାଳନ ଅବସରରେ ତାଙ୍କରି ପିତା ରାଜେଶ୍ୱର କୁମାର ନାୟକ ଏବଂ ମାତା ରଞ୍ଜିତା ନାୟକ ସବୁଜ ଭାରତ ପାଇଁ ବିଭିନ୍ନ ପଦକ୍ଷେପଗୁଡିକ ଆପଣାଇ ଥିଲେ।
ଏହି କାର୍ଯ୍ୟକ୍ରମରେ ଶିବରାମ ପାଢ଼ୀ , ଗଣେଶ ଜାନି , ରାଧାକୃଷ୍ଣ ନାୟକ , ଅର୍ଚ୍ଚନା ନାୟକ ଏବଂ ଦେବରାଜ ନାୟକ ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ପରିଚାଳନା କରିବା ସହ ମାତୃଭୂମିର ସେବା ତଥା ବିକଶିତ ଭାରତ ପାଇଁ ସାକ୍ଷର , ସ୍ୱଚ୍ଛ ଓ ସବୁଜ ଭାରତର ସଂକଳ୍ପ କରାଇଥିଲେ।

Leave A Reply

Your email address will not be published.