ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ମଣ୍ଡଳଦେବୀ ଗ୍ରାମ ଗ୍ରସ୍ତ କରିଥିଲେ ବିଧାୟକ ରୂପେସ ପାଣିଗ୍ରାହୀ , ପ୍ରଥମେ ଗାଁ ମୁଁହ ଠାରୁ ଗ୍ରାମବାସି ଭବ୍ୟ ସ୍ଵାଗତ ଜଣାଇଥିଲେ , ଗାଁ ମୁଁହ ରେ ଥିବା ଶିବମନ୍ଦିର ଯାଇ ପ୍ରଥମେ ମହାଦେବ ଙ୍କ ଆଶ୍ରିବାଦ ନେଇ ସେଇ ମନ୍ଦିର ର ଉନ୍ନତି ପାଇଁ ବିଧାୟକ ପାଣ୍ଠି ରୁ ଅନୁଦାନ ପ୍ରଦାନ କରି ମନ୍ଦିର ର ଉନ୍ନତି କରିବା କଥା କହିଥିଲେ।
ଏଇ ଗ୍ରାମ ରେ ଥିବା ୬୦ ବର୍ଷ ରୁ ଉର୍ଦ୍ଧ ବୟସ୍କ ମହିଳା ପୁରୁଷ ମାନଙ୍କ ପେନସନ ହୋଇନଥିବା ଶୁଣି ତୁରନ୍ତ ପ୍ରଶାସନ କୁ ଜଣାଇଥିଲେ। ସେଇ ଭଳି ସେଇ ଗ୍ରାମ ର ଜଣେ ଭିନ୍ନକ୍ଷମ ସହ ୮୫ ବର୍ଷ ହୋଇଥିବା ଜଣେ ଭିନ୍ନକ୍ଷମ ର ବର୍ତ୍ତମାନ ବି ୧୨୦୦ ଟଙ୍କା ପେନସନ ପାଉଥିବା ଖବର ପାଈ କ୍ଷବ ପ୍ରକାଶ କରିବା ସହ ସେଇ ବିଷୟନେଇ ଜିଲ୍ଲା ପ୍ରଶାସନ କୁ ଅବଗତ କରିଥିଲେ। ବିଧାୟକ ଗ୍ରାମ ରେ ପରିଭ୍ରମଣ ସମୟରେ ସେଇ ଗ୍ରାମର ଦୀର୍ଘ ୧୫ ବର୍ଷ ହେବ ଅଧା କାମ ହୋଇ ରହିଥିବା ଅଙ୍ଗନୱାଡି କେନ୍ଦ୍ର ରେ ଗ୍ରାମ ରେ ଥିବା ଗାଈ ଗୁଡ଼ିକୁ ବାନ୍ଧି ସେଠାରେ ରଖି ଅପରିଷ୍କାର ପରିବେଶ ସୃଷ୍ଟି କରୁଥିବା ଗ୍ରାମବାସି କହିଥିଲେ। ଏଥିପ୍ରତି ତୁରନ୍ତ ପଦେକ୍ଷପ ନେଇ ଅଧା ରହିଥିବା କାମ ସମ୍ପୂର୍ଣ କରିବା ନେଇ ସୂଚନା ଦେଇଥିଲେ ବିଧାୟକ ରୂପେଶ ପାଣିଗ୍ରାହୀ।
Sign in
Sign in
Recover your password.
A password will be e-mailed to you.
Prev Post