ସଇଁତଲା, ଶାସକ ପ୍ରଶାସକ (ଘନଶ୍ୟାମ ନାଗ):- ବଲାଙ୍ଗିର ଜିଲ୍ଲାର ସଇଁତଲା ସମବାୟ ସମିତିରେ ପୁରୁଣା ଏବଂ ଏକ୍ସପାଏରି ହୋଇଥିବା “ଇଫଫକୋ ନାନୋ ୟୁରିଆ” ବିକ୍ରୀ ହେଉଥିବା ଅଭିଯୋଗ ପ୍ରକାଶ ପାଇଛି l ଏନେଇ କୃଷକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ କ୍ଷୋଭ ସୃଷ୍ଟି ହୋଇଛି।
ଚାଷୀମାନେ କହିଛନ୍ତି, ସମବାୟ ସମିତିରୁ ସରକାରୀ ବ୍ୟବସ୍ଥାରେ ସାର ନେବାକୁ ଯାଇଥିବାବେଳେ ସେମାନଙ୍କୁ ନିଷ୍ପ୍ରଭ ଓ ସମୟସୀମା ସମାପ୍ତ ହୋଇଥିବା ନାନୋ ୟୁରିଆ ବୋତଲ ଦିଆଯାଇଛି।
କୃଷକମାନଙ୍କ ଆଶଙ୍କା, ଏହା ବ୍ୟବହାର କଲେ ଫସଲର କୌଣସି ଲାଭ ହେବନି, ଓଲଟା ଫସଲ ନଷ୍ଟ ହେବା ସହ ମାଟିର ଉର୍ବରତା ହ୍ରାସ ହେବା ସମ୍ଭବ। “ଆମେ ସରକାରୀ ବ୍ୟବସ୍ଥାରେ ସମବାୟ ସମିତିରୁ ସାର ନେଉଛୁ। କିନ୍ତୁ ଏଭଳି ପୁରୁଣା ଅବଧି ଶେଷ ଥିବା ସାର ଦେଲେ ଆମର ପରିଶ୍ରମ ବ୍ୟର୍ଥ ଓ ଆର୍ଥିକ ହାନୀ ହେବା ସୁନିଶ୍ଚିତ ।”
ସମବାୟ ସମିତିର ଷ୍ଟକ୍ ଯାଞ୍ଚ ସମୟରେ କେହି ଅବହେଳା କରିଛନ୍ତି। ଯଦି ସମୟରେ ଗୋଦାମ ନିରୀକ୍ଷଣ କରାଯାଇଥାନ୍ତା, ତେବେ ପୁରୁଣା ୟୁରିଆ ବଜାରକୁ ଆସିନଥାନ୍ତା।
ବିଶେଷଜ୍ଞମାନଙ୍କ ମତାନୁସାରେ, ଇଫ କୋ ନାନୋ ହେଉଛି ଆଧୁନିକ ଧରଣର ସାର କିନ୍ତୁ ସମୟ ଅବଧି ପରେ ଏହାର କ୍ଷମତା ସମାପ୍ତ ହୋଇଯାଏ। କୃଷକଙ୍କ ପାଇଁ ଏହାର ବ୍ୟବହାର କୌଣସି କାମର ନୁହେଁ ବୋଲି କୃଷକ ସଂଗଠନ ଓ ଅଞ୍ଚଳବାସୀଙ୍କ ମତପ୍ରକାଶ ପାଇଛି।
ତୁରନ୍ତ ଏକ୍ସପାଏରି ସାର ଥିବା ଗୋଡାଉନ କୁ ଜବତ କରାଯାଉ । ଦୋଷୀ ଅଧିକାରୀଙ୍କୁ ଜବାବ ଦେହୀ କରିବା ସହିତ କୃଷକଙ୍କୁ ନୂଆଁ ଓ ଉନ୍ନତ ମାନର ନାନୋ ୟୂରିଆ ଯୋଗାଇ ଦିଆଯାଉ।
ଆଗାମୀ ଦିନରେ ଏପରି ଘଟଣା ପୁଣି ନ ହେବା ପାଇଁ କଡ଼ା ନିରୀକ୍ଷଣ କରାଯାଉ ବୋଲି କୃଷକ ମାନେ ଦାବି କରିଛନ୍ତି।
ଏହି ଘଟଣାରେ କୃଷକମାନେ ଭିଜିଲାନ୍ସ ଓ କୃଷି ବିଭାଗ କୁ ତଦନ୍ତ କରିବାକୁ ଦାବି କରିଛନ୍ତି। ଅନେକଙ୍କ ମତ “ଏହା କୃଷକଙ୍କ ପ୍ରତି କେବଳ ଅନ୍ୟାୟ ନୁହେଁ, ଏହା ଗୋଟିଏ ବଡ଼ ଦୁର୍ନୀତିର ନମୁନା।”
ସମବାୟ ସମିତିର ଉଚ୍ଚ ଅଧିକାରୀମାନେ ଏହି ବିଷୟରେ ନିରବ ରହିଥିବାରୁ କୃଷକମାନଙ୍କ ଅସନ୍ତୋଷ ଆହୁରି ବଢ଼ିଯାଇଛି।
ଏହି ଘଟଣାରୁ ସରକାରୀ ସାର ବିକ୍ରୟ ବ୍ୟବସ୍ଥାରେ ଅନିୟମିତତା, ଠକାମୀ ଓ ଅବ୍ୟବସ୍ଥା ହେଉଥିବା ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.