ଅଷ୍ଟମ ରାଜ୍ଯ ମହସଭା ପାଇଁ ପ୍ରସ୍ତୁତି ବୈଠକ

3

ବାଲୁଗାଁ:(ସେକ କୌସର): ରବିବାର ଅଷ୍ଟମ ରାଜ୍ଯ ତୈଳିକ ବୈଶ୍ୟ ସାଧବ ସମାଜ ର ମହସଭା ନଈରୀ ରାଜ୍ଯ ରେ କରିବା ପାଇଁ ନଈରୀ ରାଜ୍ଯ ତୈଳିକ ବୈଶ୍ୟ ସାଧବ ସମାଜ ତରଫରୁ ନଈରୀ ଗ୍ରାମର ବଡସାହି ସ୍ଥିତ ଶ୍ରୀ ରାଧାମୋହନ ମନ୍ଦିର ପ୍ରଙ୍ଗଣରେ ପୁନର୍ବାର ଅପରାହ୍ନ ୧ ଘ ସମୟ ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।ଆଜିର ସଭାରେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁଙ୍କ ସଭାପତିତ୍ବ ରେ ରାଜ୍ଯରେ ଅଷ୍ଟମ ରାଜ୍ଯ ମହାସଭା କରିବା ପାଇଁ ନଈରୀ ରାଜ୍ଯ ର ସମସ୍ତ ସାହିର ଗ୍ରାମୀନ ଓ ମେମ୍ବର ମାନେ ବୈଠକ ରେ ଉପସ୍ଥିତ ଥିଲେ।ଉକ୍ତ ସଭାରେ ନଈରୀ ରାଜ୍ଯ ସଧାରଣ ସମ୍ପାଦକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସାହୁ, ଉପସଭାପତି ବିଭୁପ୍ରସାଦ ମହାପାତ୍ର, ସହସମ୍ପାଦକ ଭିକାରୀ ଚରଣ ସାହୁ,ଉପଦେଷ୍ଟା ପ୍ରଦୀପ କୁମାର ମହାପାତ୍ର, ଗ୍ରାମୀନ ଲକ୍ଷ୍ମୀଧର ଦାସ, ପ୍ରଦୀପ କୁମାର ସୁବୁଦ୍ଧି,ଯୋଗେନ୍ଦ୍ର ସାହୁ,ସୁବାସ ସାହୁ,ବଳଭଦ୍ର ବେହେରା, ଶିବପ୍ରସାଦ ସାହୁ,ଶଶିକାନ୍ତ ସାହୁ,ପ୍ରିୟରଂଜନ ସାହୁ ,ସମୀକ୍ଷକ ଧନଞୟ ସାହୁ,ଡ. ସଞୟ ମହାପାତ୍ରର ଏବଂ ପ୍ରତ୍ୟେକ ସାହି ମେମ୍ବର ମାନେ ନଈରୀ ରାଜ୍ଯ ରେ ସାତ ବର୍ଷ ପରେ ହେଉଥିବାରୁ ସୁଚାରରୂପେ କରିବା ପାଇଁ ନିଷ୍ପତି ନେଇଥିଲେ। ବୈଠକ ର ଆଲୋଚନା ଅଷ୍ଟମ ରାଜ୍ଯ ତୈଳିକ ବୈଶ୍ୟ ସାଧବ ସମାଜ ର ସଭାପତି ଶ୍ରୀଯୁକ୍ତ ରଘୁନାଥ ସାହୁ ଙ୍କ ଅବଗତି ଓ ବିହିତ କାର୍ଯ୍ୟନୁଷ୍ଠାନ ନିମନ୍ତେ ଜଣାଇବା ପାଇଁ ରାଜ୍ଯ ସଧାରଣ ସମ୍ପାଦକ ଦିଲ୍ଲୀପ କୁମାର ସାହୁଙ୍କୁ ଦାୟିତ୍ବ ଦିଆଯାଇ ଥିଲା।ସଭାପତି ପ୍ରଶାନ୍ତ କୁମାର ସାହୁଙ୍କୁ ଧନ୍ୟବାଦ ଦେଇ ସମସ୍ତଙ୍କୁ ପ୍ରସାଦ ସେବନ ପାଇଁ ଆମନ୍ତ୍ରଣ କରାଯାଇଥିଲା ।

Leave A Reply

Your email address will not be published.