କେନ୍ଦ୍ରାପଡ଼ା(ପ୍ରଫୁଲ୍ଲ କୁମାର ମଲ୍ଲ) ଆସନ୍ତା ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ହେବାକୁ ଥିବା ସୁସ୍ଥ ନାରୀ – ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ସଫଳ କରିବା ନେଇ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ପ୍ରସ୍ତୁତି କରାଯାଉଛି | ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ଅନ୍ୟ ମାନଙ୍କ ମଧ୍ୟରେଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ଼ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ମନୋରଞ୍ଜନ ରାଉତ, ଏ ଡ଼ି ଏମ ଓ଼ ମେଡିକାଲ ଡ. ପି. କେ. ପ୍ରହରାଜ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ସଚ୍ଚିଦାନନ୍ଦ ମିଶ୍ର, ଡ. ଗୌରାଙ୍ଗ ଚରଣ ଗିରି, ଡ. ଶ୍ୟାମ ସୁନ୍ଦର ଟୁଡୁ ଙ୍କ ସମେତ ଜିଲ୍ଲା ପ୍ରୋଗ୍ରାମ ପରିଚାଳକ ଡ.ମନୋରଞ୍ଜନ ସାହୁ ବ୍ୟାପକ ଆଲୋଚନା କରିଛନ୍ତି, ପ୍ରଶାସନିକ ଅଧିକାରୀ ଦିଲୀପ କୁମାର ନାୟକ, ଫାଇନାସିଆଲ ଅଫିସର ଆଶୁତୋଷ ତ୍ରିପାଠୀ, ଜିଲ୍ଲା ଆକାଉଣ୍ଟସ ମ୍ୟାନେଜର ସର୍ବେଶ୍ୱର ପ୍ରଧାନ, ଜିଲ୍ଲା ଡାଟା ମ୍ୟାନେଜର ଜ୍ୟୋତିରଞ୍ଜନ ପରିଡା, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ଏପିଡେମିଓ଼ଲୋଜିଷ୍ଟ ଡ. ଅଶୋକ କୁମାର ସାହୁ, ଡ଼ିପିଏଚସିଓ଼ ଶୁଭ ନାରାୟଣ ନାୟକ ଙ୍କ ସମେତ ସମସ୍ତ ମେଡିକାଲ ଅଫିସର ଇନଚାର୍ଜ, ବି ପି ଏମ, ବି ଡ଼ି ଏମ, ପି ଏଚ ଇ ଓ଼, ଜିଲ୍ଲା ସ୍ୱାସ୍ଥ୍ୟ ସମିତି ର ସମସ୍ତ ଆସିଷ୍ଟାଣ୍ଟ ମ୍ୟାନେଜର ପ୍ରମୁଖ ଉପସ୍ଥିତ ଥିଲେ |ଏହି ଅଭିଯାନ ଜିଲ୍ଲାର ସମସ୍ତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ୱାସ୍ଥ୍ୟ ଉପକେନ୍ଦ୍ର , ଗ୍ରାମାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ,ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର- କେନ୍ଦ୍ରାପଡ଼ା ଓ଼ ପଟ୍ଟାମୁଣ୍ଡାଇ, ସବ ଡିଭିଜନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପଟ୍ଟାମୁଣ୍ଡାଇ, ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କେନ୍ଦ୍ରାପଡ଼ା ରେ ଶିଶୁ କନ୍ୟାଠାରୁ ଆରମ୍ଭ କରି ସମସ୍ତ ମହିଳା ଯେକୌଣସି ବୟସ ନିର୍ବିଶେଷରେ ଏହି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇ ସେମାନଙ୍କର ଅଣ ସଂକ୍ରାମକ ରୋଗର ପରୀକ୍ଷା, ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ମାଧ୍ୟମରେ ଚିକିତ୍ସାସେବା, ରକ୍ତହୀନତାର ପରୀକ୍ଷା, କୁଷ୍ଠ ଓ଼ ଯକ୍ଷ୍ମା ଆଦି ରୋଗର ପରୀକ୍ଷା ଓ଼ ତା’ର ଚିକିତ୍ସା ରେ ସାମିଲ ହୋଇପାରିବେ l ଏହି ଅଭିଯାନରେ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହେବ l ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜନସାଧାରଣ ମାନଙ୍କ ନିମନ୍ତେ ଅନୁରୋଧ କରାଯାଉଛି ସେମାନେ ଆସିବା ସମୟରେ ସେମାନଙ୍କର ଆଧାର କାର୍ଡ କିମ୍ବା ଆଭା ଆଇଡି ସାଙ୍ଗରେ ନେଇଆସିବେ l ଯାହାଫଳରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଳ୍ପ ସମୟ ମଧ୍ୟରେ ସେମାନଙ୍କୁ ପଞ୍ଜିକରଣ କରି ଆବଶ୍ୟକୀୟ ପରୀକ୍ଷା ଓ଼ ଚିକିତ୍ସା କରାଯାଇପାରିବ l ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଇନ୍ଦର ଠାରେ ସେପଟେମ୍ବର ୧୭ ତାରିଖରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ l ସେହିପରି ରାଜ୍ୟ ଓ଼ ଜିଲ୍ଲା ମହିଳା ଓ଼ ଶିଶୁ ବିଭାଗ ତରଫରୁ ପୋଷଣ କାର୍ଯ୍ୟକ୍ରମ ମଧ୍ୟ ଏଥିରେ ସାମିଲ ହୋଇଛି l ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ସୁଷମା ମହାନ୍ତିଙ୍କ ସମେତ ସମସ୍ତ ସି ଡ଼ି ପି ଓ଼ ଓ଼ ଜିଲ୍ଲା ସ୍ତରର କର୍ମଚାରୀ ବୈଠକରେ ସାମିଲ ଥିଲେ l ଆଶା ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଜନ ସାଧାରଣ ସହଯୋଗ କରି ସୁସ୍ଥ ନାରୀ – ସଶକ୍ତ ପରିବାର ଅଭିଯାନ କୁ ସଫଳ କରିବେ l
Sign in
Sign in
Recover your password.
A password will be e-mailed to you.
Next Post