ବେପରୁଆ ସ୍କୁଲ ବସ ଧକ୍କା ଯୋଗୁଁ ଛାତ୍ର ଆହତ

3

ବାରିପଦା/ଦିଲ୍ଲୀପ ମହାନ୍ତି – ସକ୍ରଡ଼ ସନସାଇନ ସ୍କୁଲର ବସ ବେପରୁଆ ଭାବେ ଚାଳନା ଯୋଗୁଁ ଧକ୍କାରେ ଜଣେ ଛାତ୍ର ଆହତ ହୋଇଛନ୍ତି। ଏନେଇ ଛାତ୍ରଙ୍କ ପରିବାର ଲୋକେ ରୁଦ୍ର ପଟ୍ଟନାୟକ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ତକତପୁରରୁ ଏମଏସସିବି ବିଶ୍ୱବିଦ୍ୟାଳୟ ରାସ୍ତାରେ ଉକ୍ତ ବସ ଚାଳକ ଜଣକ ଦ୍ରୁତଗତିରେ ବେପରୁଆ ଭାବେ ଚାଳନା କରି ଯାଉଥିଲେ। ଉକ୍ତ ସମୟରେ ଏକ ବ୍ୟଟେରୀ ଟୋଟୋକୁ ଧକ୍କା ଦେଇଥିଲା। ଯାହା ଫଳରେ ସେଥିରେ ଥିବା ଅଭିଜିତ ପାଳ ନାମକ ଛାତ୍ର ଜଣକ ଆହତ ହୋଇଛନ୍ତି। ଏନେଇ ପରିବାର ଲୋକେ ସକ୍ରଡ଼ ସନସାଇନ ସ୍କୁଲର ପ୍ରିନ୍ସିପାଳଙ୍କୁ ଫୋନ ଯୋଗେ ଜଣାଇବାରୁ ସେ ଓଲଟି ତାଙ୍କୁ ଧମକ ଚମକ ଦେଇଥିଲେ। ଯାହାକୁ ନେଇ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ବାରିପଦା ସହରରେ ଅନେକ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକର ବସ ଗୁଡ଼ିକ ଅତି ବେପରୁଆ ଭାବେ ଚାଳନା କରୁଥିବାର ଦେଖିବାକୁ ମିଳୁଛି। ପଥଚାରି ଲୋକେ ଏନେଇ ଅଭିଯୋଗ କଲେ ମଧ୍ୟ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ କରି କୋଣସି କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।

Leave A Reply

Your email address will not be published.