ବାରିପଦା/ଦିଲ୍ଲୀପ ମହାନ୍ତି – ସ୍ଥାନୀୟ ପିଆରଏମ ହସ୍ପିଟାଲ ପରିସରରୁ କର୍ମଚାରୀଙ୍କ ବାଇକ ଚୋରି ହୋଇଛି। ଏନେଇ ସିଡିଏମଓ ଅଫିସ କର୍ମଚାରୀ ତୁଷାରକାନ୍ତି ମହାନ୍ତ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ସେ ହସ୍ପିଟାଲ ପରିସରରେ ନିଜ ବାଇକ ପାର୍କିଂରେ ରଖି ଡିୟୁଟିକୁ ଯାଇଥିଲେ। ତେବେ ଫେରି ଦେଖିବା ବେଳକୁ ବାଇକ ନଥିଲା। ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ନପାଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
Next Post