ବାଲି ବୋଝେଇ ଟ୍ରାକ୍ଟର ଜବତ, ଚାଳକ ଗିରଫ

3

ବାରିପଦା/ଦିଲ୍ଲୀପ ମହାନ୍ତି – ବେଆଇନ ଭାବେ ବାଲି ଚୋରା ଚାଲାଣ ବେଳେ ଭଞ୍ଜପୁର ଥାନା ପୁଲିସ ଦ୍ଵାରା ବାଲି ବୋଝେଇ ଟ୍ରାକ୍ଟର ଜବତ ସହ ଚାଳକଙ୍କୁ ଗିରଫ କରାଯାଇଛି। ଚାଳକ ଜଣକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ ଜାମବଣି ଗ୍ରାମର ଗମ୍ବୁ ସିଂ(୩୨)। ଅନେକ ପରିମାଣର ଲଘୁ ଖଣିଜ ଚୋରା ଚାଲାଣ ହେଉଥିବାର ବାରମ୍ବାର ଅଭିଯୋଗ ହେଉଛି। ଯାହାକୁ ନେଇ ଖବର ପାଇ ପୁଲିସ ପକ୍ଷରୁ ତକତପୁର ଅଞ୍ଚଳରେ ଦୃତଗତିରେ ଆସୁଥିବା ଟ୍ରାକ୍ଟରକୁ ଅଟକାଇ ପଚରାଉଚରା କରିଥିଲା। ମାଲିକଙ୍କ ନିର୍ଦ୍ଦେଶକ୍ରମେ ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବାରେ ନେଇ ଜାଣିବା ପରେ ଗାଡିକୁ ଜବତ କରାଯାଇଛି। ଏନେଇ ଥାନାରେ ଲଘୁ ଖଣିଜ ବେଆଇନ ଚୋରା ଚାଲାଣ ନେଇ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.