ରାଉରକେଲା: ୧୪-୯-୨୫: ରାଉରକେଲା ବନ ବିଭାଗ ର ନେତୃତ୍ୱରେ ଚଳିତ ମାସ ୧୯ ତାରିଖରୁ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହେବ। ଏହି ପ୍ରତିଯୋଗିତା ପ୍ରଥମ ଥର ପାଇଁ ରାଉରକେଲା ରେ ଆୟୋଜିତ ହେବାକୁ ଯାଉଛି । ବିଭିନ୍ନ କ୍ରୀଡା କୁ ନେଇ ଏହି ପ୍ରତିଯୋଗିତା ଟି ଆୟୋଜିତ ହେବ ଯେଉଁଥିରେ ୪୦୦ ଖେଳାଳି ଅଂଶ ଗ୍ରହଣ କରିବେ । ଏହି ପ୍ରତିଯୋଗିତା ରେ କେଉଁଝର,ବରଗଡ଼,ସମ୍ବଲପୁର, ଝାରସୁଗୁଡ଼ା,ସୁନ୍ଦରଗଡ଼ ଆଦି ଜିଲ୍ଲାର ୨୮ ଟି ଡିଭିଜନ ର ପୁରୁଷ ଓ ମହିଳା ଖେଳାଳି ଖେଳ ଦ୍ଵାରା ନିଜର ଦକ୍ଷତା ର ପ୍ରଦର୍ଶନ କରିବେ। ସନ୍ତରଣ, ଚେସ,କ୍ୟାରେମ୍ , ଟେବୁଲ୍ ଟେନିସ , ଲଙ୍ଗ ଟେନିସ, ବେଡମିଣ୍ଟନ୍, ବ୍ରିଜ , ରାଇଫଲ୍ ସୁଟିଙ୍ଗ,ହକି,କ୍ରିକେଟ,ଭଲିବଲ୍ ଓ ଦୌଡ କୁଦ ପ୍ରତିଯୋଗିତା ମାନ ରହିଛି । ସେକ୍ଟର -୨୦ ରାଇଜିଂ ପଡିଆ , ରାଉରକେଲା କ୍ଳବ୍, ଇସ୍ପାତ ଷ୍ଟାଡିୟମ୍, ସ୍ପୋର୍ଟସ ହଷ୍ଟେଲ ପାନପୋଷ,ବିର୍ସା ମୁଣ୍ଡା ଆଥ ଲେଟିକ୍ ଷ୍ଟାଡିୟମ୍ ଓ ପାନପୋଷ ବନ ବିଭାଗ କାର୍ଯ୍ୟାଳୟ ରେ ଏସବୁ ଖେଳ ଆୟୋଜିତ ହେବ । ପ୍ରତ୍ୟେକ ଖେଳ କୁ ପରିଚାଳନା କରିବା ପାଇଁ ବିଭିନ୍ନ କ୍ରୀଡା ରେ ନିପୁଣ ଥିବା ବ୍ୟକ୍ତି ମାନଙ୍କୁ ନେଇ ଏକ ପରିଚାଳନା କମିଟି ତିଆରି ହୋଇଛି ଯେଁଉଥିରେ ଆର୍ ସି ଏଫ୍ ଶ୍ରୀଯୁକ୍ତ ପି.ରାମା ସ୍ବାମୀ ଅଧ୍ୟକ୍ଷ ରହିଥିବା ବେଳେ ଡି ଏଫ୍ ଓ ଯସବନ୍ତ ସେଠି ଆୟୋଜକ ସମ୍ପାଦକ ହିସାବରେ କାର୍ଯ୍ୟ ନିର୍ବାହ କରିବେ ।ଏହି ପ୍ରତିଯୋଗିତା ର ଉଦଘାଟନ ବିର୍ସା ମୁଣ୍ଡା ଆଥ ଲେଟିକ ଷ୍ଟାଡିୟମ୍ ରେ ୧୯ ସେପ୍ଟେମ୍ବର ସକାଳ ୯ ଘଟିକା ରେ ହେବାକୁ ଥିଲା ବେଳେ ଉଦଯାପନୀ ୨୦ ସେପ୍ଟେମ୍ବର ସନ୍ଧ୍ୟା ୫ ଟାରେ ହେବ। ଦୁଇ ଦିନ ବ୍ୟାପି ଏହି କାର୍ଯ୍ୟକ୍ରମ ଖୁବ୍ ଧୁମ୍ ଧାମ ରେ ଆୟୋଜିତ ହେବ । ବିଭିନ୍ନ କ୍ରୀଡା କୁ ନେଇ ଏଭଳି ନିଆରା ପ୍ରତିଯୋଗିତା କୁ ରାଉରକେଲା ବାସୀ ଉପଭୋଗ କରିବା ସହିତ କ୍ରୀଡା ବିତ୍ ଙ୍କୁ ଉତ୍ସାହିତ ମଧ୍ୟ କରିବେ। ଏହି ପ୍ରତିଯୋଗିତାରେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ଖେଳାଳି ଖେଳିବାର ନଜର ଆସିବେ। ଜୋନାଲ ପ୍ରତିଯୋଗିତା କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ୧୦୦ ଜଣ ଅଫିସିଆଲ୍ ଓ ୧୦୦ ଜଣ ସେଛୱା ସେବୀ ନିୟୋଜିତ ହୋଇଛନ୍ତି ।