ଓମାନରେ ଓଡିଆ ଯୁବକ ମୃତ;ମରଶରୀର ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

3

ଭୁବନେଶ୍ବର, ୧୨।୦୯ – ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଓମାନରେ ମୃତ ଓଡିଆ ଯୁବକ ଶେଖ ଜାଫର ଉଦ୍ଦିନଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଓମାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ କପିଳ ପ୍ରସାଦ ଗ୍ରାମର ଶେଖ ଜଲୀଳ ଉଦ୍ଦିନଙ୍କ ପୁଅ ଜାଫର ଉଦିନ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ| ସେଠାରେ କୌଣସି କାରଣରୁ ତାଙ୍କର ସେପ୍ଟେମ୍ବର ୦୭ ତାରିଖରେ ମୃତ୍ୟୁ ହୋଇଥବା କମ୍ପାନୀ କତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ| ଜାଫରଙ୍କ ପତ୍ନୀ ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ତାଙ୍କ ଗ୍ରାମକୁ ଫେରାଇ ଆଣିବା ପାଇଁ ପୂର୍ବତନ କୋର୍ପୋରେଟର ମଣ୍ଟୁ ନନ୍ଦଙ୍କ ଜରିଆରେ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବା ନିବେଦନ କରିଛନ୍ତି।

Leave A Reply

Your email address will not be published.