ଦୁର୍ଘଟଣା ରେ ଆହତ ହେଲେ ବିଧାନ ସଭା ନେତା ବାଣୀ କଲ୍ୟାଣ।

3

    ବାସୁଦେବପୁର – ଗତ ମଙ୍ଗଳବାର ରାତି ରେ ବାସୁଦେବପୁର ରେ ବିଜେପି ର କର୍ମ କର୍ତ୍ତା ଙ୍କ ସହ ବିଭନ୍ନ ସାଂଗଠାନିକ କାର୍ଯ୍ୟ କ୍ରମ ବିଷୟ ରେ ଆଲୋଚନା ସାରି ଭୁବନେଶ୍ଵର ଅଭିମୁଖେ ଯାଉଥିବା ବେଳେ ଜାମୁଝାଡି ଭଦ୍ରକ ରାସ୍ତା ରେ ବିଜେପି ବିଧାନ ସଭା ନେତା ବାଣୀ କଲ୍ୟାଣ ମହାନ୍ତି ଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫଳ ରେ ଗାଡ଼ିରେ ବାଣୀ କଲ୍ୟାଣ ମହାନ୍ତି ଆହତ ହୋଇ ଭଦ୍ରକ ମେଡିକାଲ ଓ ପରେ ଭୁବନେଶ୍ଵର ଠାରେ ଚିକିତ୍ସା ହୋଇଥିଲେ।ବାସୁଦେବପୁର ର ବିଜେପି କାର୍ଯ୍ୟ କର୍ତ୍ତା ମାନେ ଖବର ପାଇ ଆଶୁ ଆରୋଗ୍ୟ କାମନା କରିବା ସହିତ ଭୁବନେଶ୍ୱର ଅଭିମୁଖେ ଯାଉଥିବା ର ଖବର ମିଳୁଛି। ସୂଚନା ଥାଉ କି ଗତ ନିର୍ବାଚନ ରେ ବାସୁଦେବପୁର ରୁ ବିଜେପି ପ୍ରାର୍ଥୀ ଭାବେ ବାଣୀ କଲ୍ୟାଣ ମହାନ୍ତି ପ୍ରତିଦ୍ବନ୍ଦିତା କରୁଥିଲେ।

Leave A Reply

Your email address will not be published.