ଏନ୍ଏସି ତରଫରୁ ଟ୍ରେଡ ଲାଇସେନ୍ସ ଓ ହୋଲଡିଙ୍ଗ୍ ଟ୍ୟାକ୍ସ ପ୍ରଦାନ ପାଇଁ ଆହ୍ବାନ

3

ଅମାନ୍ୟ ହେଲେ ୫ଶହ ଟଙ୍କା ଦୈନିକ ଜରିମାନା ବ୍ୟବସ୍ଥା ଘୋଷଣା

ଓଡ଼ଗାଁ,୧୦।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଓଡଗାଁରେ ଥିବା ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଆଗାମୀ ୭ଦିନ ମଧ୍ୟରେ ନିଜ ନିଜର ଦୋକାନ ଓ ପ୍ରତିଷ୍ଠାନର ଟ୍ରେଡ ଲାଇସେନ୍ସ କରାଇ ନେବାକୁ ଆହ୍ବାନ ଦେଇଛନ୍ତି । ମୁନିସିପାଲିଟ୍ ଧାରା ୨୯୦ ଅନୁଯାୟୀ ଟ୍ରେଡ୍ ଲାଇସେନ୍ସ ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ବାଧ୍ୟତା ମୂଳକ । ଏହାର ଅମାନ୍ୟ କଲେ ଆର୍ଥିକ ଜରିମାନା ସହ ଦୋକାନ ଘରକୁ ସିଲ୍ କରିବାର ବ୍ୟବସ୍ଥା ରହିଛି । ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ବାରା ପୂର୍ବରୁ ଏନେଇ ନିବେଦନ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୧୦୮ଜଣ ବ୍ୟବସାୟୀ ଟ୍ରେଡ୍‌ ଲାଇସେନସ୍ କରିଛନ୍ତି । ଏଥି ସହିତ ଅନେକ ଘର ହୋଲଡିଙ୍ଗ୍ ଟ୍ୟାକ୍ସ ପ୍ରଦାନ କରୁନାହାନ୍ତି । ଏନଏସି ଗଠନ ହେବା ଠାରୁ ଘର ମାଲିକ ମାନଙ୍କୁ ଏନେଇ ବାରମ୍ବାର ସୂଚନା ପ୍ରଦାନ କରାଯାଉଛି । ଏଥି ସହିତ ବ୍ୟବସାୟୀକ ପ୍ରତିଷ୍ଠାନ ନିଜ ଦୋକାନର ନାମ ଫଳକ ଓଡିଆରେ ଲେଖୁବା ପାଇଁ ମଧ୍ୟ ଅନୁରୋଧ କରାଯାଉଅଛି । ତେବେ ଏନେଇ ବାରମ୍ବାର ସୂଚନା ପ୍ରଦାନ କରିଥିଲେ ମଧ୍ୟ ଯେଉଁମାନେ ଉଚିତ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ସମାପନ ନକରିବେ ସେମାନଙ୍କ ଉପରେ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା କହିଛନ୍ତି ।

Leave A Reply

Your email address will not be published.