ଏସବିଆଇ ମ୍ୟାନେଜରଙ୍କ ମନମାନିରେ ଗ୍ରାହକ ହନ୍ତସନ୍ତ

3

ଓଡ଼ଗାଁ,୧୦।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏସ ବି ଆଇ ଶାଖାର ମ୍ୟାନେଜରଙ୍କ ମନମାନି କାରଣରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧା ଭୋଗ କରିବାକୁ ପଡୁଛି । ପୂର୍ବ ବର୍ଷ ମାନଙ୍କରେ ଶାଖାରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କ କାର୍ଯ୍ୟକୁ ବର୍ତ୍ତମାନର ମ୍ୟାନେଜର ଗ୍ରହଣ ନକରି ପୁନର୍ବାର ସେହି କାର୍ଯ୍ୟ ପ୍ରଣାଳୀକୁ ନିଜ ମନମାନିରେ ମୂଳରୁ ଆରମ୍ଭ କରିବାକୁ କହି ଗ୍ରାହକ ମାନଙ୍କୁ ଅଜଥା ଖର୍ଚ୍ଚାନ୍ତ କରାଇବା ସହିତ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ ହୋଇଛି । ଖବର ଅନୁସାରେ ଗତ ୨ ରୁ ୩ ବର୍ଷ ତଳେ ନନ୍ଦିଘୋର ଗ୍ରାମ ପଞ୍ଚାୟତ ନନ୍ଦିଘୋର ଗ୍ରାମର ଜଣେ ଗ୍ରାହକ ଶରତ କୁମାର ପ୍ରଧାନ ଅନ୍ୟ ଜଣେ ସମ୍ପର୍କୀୟଙ୍କ ପୋଷ୍ୟପୁତ୍ର ହେବା ପରେ ତାଙ୍କର ସଜ୍ଞା ପ୍ରଧାନରୁ ବିଶ୍ବାଳ ହୋଇଥିଲା । ତାଙ୍କ ନାମର ସଜ୍ଞା ବିଶ୍ବାଳକୁ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଦ୍ଵନ୍ଦ ମୁକ୍ତ କରିବା ପାଇଁ ଆଫିଡେଫିଟର ସହାୟତା ନେଇଥିଲେ । ଏହିପରି ଭାବେ ଓଡ଼ଗାଁରେ ଥିବା ଏସ ବି ଆଇ ଶାଖାର ତତ୍କାଳୀନ କର୍ମଚାରୀଙ୍କ ନିର୍ଦ୍ଦେଶ ମୁତାବକ ଏକ ଆଫିଡେଫିଟ ପ୍ରଦାନ କରି ବ୍ୟାଙ୍କ ଖାତାରେ ପୂର୍ବରୁ ରହିଥିବା ତାଙ୍କର ନାମ ଶରତ କୁମାର ପ୍ରଧାନକୁ ବଦଳାଇ ଶରତ କୁମାର ବିଶ୍ବାଳ କରାଇ ଥିଲେ । ଏବଂ ଜମା ଖାତା ପରିଚାଳନାରେ ତାଙ୍କ ନାମ ସେହି ଦିନଠାରୁ ଶରତ କୁମାର ବିଶ୍ବାଳ ଭାବରେ ପ୍ରିଣ୍ଟ ହୋଇ ଆସୁଅଛି । ତେବେ ଏସ ବି ଆଇ ଲାଇଫରେ ଶରତଙ୍କର ଏକ ଜମାର ମ୍ୟାଚ୍ୟୁରିଟ ଉଠାଣ ନିମନ୍ତେ ଦସ୍ତଖତ ମ୍ୟାଚିଙ୍ଗ୍ ନିମନ୍ତେ ଓଡ଼ଗାଁ ଏସବିଆଇ ଶାଖା ମ୍ୟାନେଜରଙ୍କ ନିକଟରେ ପହଁଚି ଥିଲେ । ତେବେ ବ୍ୟାଙ୍କ ହାଡ଼ କପିରେ ଶରତଙ୍କ ପୂର୍ବ ସଜ୍ଞା ପ୍ରଧାନ ରହିଥିବାରୁ ପୁଣି ଥରେ ଏଜକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ନିକଟରେ ଆଫିଡେଫିଟ କର । ଏବଂ ୨ ଗୋଟି ଖବରକାଗଜରେ ବିଜ୍ଞାପନ ଦେଇ ଆଣିଲେ ବ୍ୟାଙ୍କ ହାଡ଼ କପିରୁ ତୁମ ସଜ୍ଞା ପରିବର୍ତ୍ତନ ହୋଇପାରିବ କହିବା ପରେ ଶରତ ମ୍ୟାନେଜରଙ୍କ କାର୍ଯ୍ୟ ପ୍ରଣାଳୀକୁ ନିନ୍ଦା କରିବା ସହିତ ଏହି ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.