ରାଜଗାଙ୍ଗପୁର, 08-09-25 ରାଜ୍ୟ ପୁଲିସ ପ୍ରଶାସନ ପକ୍ଷରୁ ରାଜ୍ୟରେ ଚୋରା ନିଶା କାରବାରକୁ ରୋକିବା ପାଇଁ ଆରମ୍ଭ ହୋଇଛି ଅପରେସନ ପ୍ରହାର । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁ ପୁର ଅଞ୍ଚଳରେ ରବିବାର ରାତିରେ ବେଆଇନ ମଦ ଚାଲାଣ ହେଉଥିବା ବେ ବେଳେ ଚଢ଼ଉ କରି ମଦ, କାର୍ ଜବତ ସହ ଜଣକୁ ଗିରଫ କରିଛି। ସେ ହେଲେ ରାଜଗାଙ୍ଗପୁର ବଗିଚାପଡା ଅଞ୍ଚଳର ଶିବ ସୋନଙ୍ଖର (୨୮)। ଗତ ରାତ୍ରୀରେ ବେଆଇନ ମଦ ଚାଲାଣ ହେଉଥିବା ନେଇ ପୁଲିସ ସୂଚନା ପାଇଥିଲା। ରାଜଗାଙ୍ଗପୁର ଥାନା ଅଧିକାରୀ ବିଜୟ ଦାଶଙ୍କ ନିର୍ଦ୍ଦେଶରେ ପୁଲିସ ଅଧିକାରୀ ସହରର ବଗିଚାପଡା ଗଣେଶ ମନ୍ଦିର ନିକଟରେ ଚଢ଼ଉ କରି ଏକ କାର (ଓଡି ୧୬ଇ ୬୫୭୯) କୁ ଜବତ କରିବା ସହ କାରରେ ଥିବା ବେଆଇନ ଚାଲାଣ ହେଉଥିବା ବିଭିନ୍ନ ବ୍ରାଣ୍ଡର ୧୦୧. ୨୭ ଲିଟର ବିଦେଶୀ ମଦକୁ ଜବତ କରିଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଶିବକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ସପ୍ତାହ ୧ତାରିଖରେ ପୁଲିସ ୨୭ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା I ପୁଲିସର ଆକ୍ସନ ମୁଡ୍ ଦେଖୁ ସହରରେ ନିଶା କାରାବାରୀଙ୍କ ମଧ୍ୟରେ କୋକୁୟା ଭୟ ସୃଷ୍ଟି ହୋଇଛି।
Sign in
Sign in
Recover your password.
A password will be e-mailed to you.
Prev Post