ଏକ ପେଡ ମା କେ ନାମ ରେ ଲାଗିବ ୧୩ ହଜାର ଚାରା

3

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୮/୦୯/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ କାର୍ଯ୍ୟାଳୟ ରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ର ଆଜି ଶୁଭାରମ୍ଭ ହୋଇଛି। ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତରା ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡାବୁଗାଁ ସରପଞ୍ଚ ବିନୋଦ ସୌରା ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ପତାକା ଦେଖାଇ ଏକ ପେଡ ମା କେ ନାମ ଭ୍ରାମ୍ୟମାଣ ଯାନ ର ଶୁଭାରମ୍ଭ କରିଥିଲେ।ଆସନ୍ତା ୧୭ ତାରିଖରେ ଏକ ବିରାଟ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏକ ପେଡ ମା କେ ନାମ ଅଧୀନରେ ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ତିନୋଟି ସେକ୍ସନ ରେ ୧୩ ହଜାର ଚାରା ରୋପଣ କରାଯିବ। ପ୍ରଥମ ଦିନରେ ଡାବୁଗାଁ ଗ୍ରାମ ପଞ୍ଚାୟତ କୁ ବନାଞ୍ଚଳ କାର୍ଯ୍ୟାଳୟ ତରଫରୁ ୫୦୦ ଚାରା ପ୍ରଦାନ କରାଯାଇଥିଲା। ସୂଚନା ଥାଉ କି ଆଗାମୀ ସେପ୍ଟେମ୍ବର ୧୭ ତାରିଖରେ ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିବସ ଅବସରରେ ସାରା ଓଡ଼ିଶା ରେ ଏକ କାଳୀନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ତିନୋଟି ସେକ୍ସନ ମଇଦଲପୁର, ଜଟାବାଲ ଓ ଡାବୁଗାଁ ର ୨୬ ଗୋଟି ଗ୍ରାମ ପଞ୍ଚାୟତ ରେ ଚାରା ବିତରଣ କରାଯିବ। ପ୍ରତି ପଞ୍ଚାୟତ ପାଇଁ ବନ ବିଭାଗ ତରଫରୁ ୫୦୦ ଲେଖାଏ ଚାରା ପ୍ରଦାନ କରାଯିବ। ଏଥି ନିମନ୍ତେ ଚେର ଚେଟିଆ ଗୁଡା ଓ ସେମଳା ଚାରା କେନ୍ଦ୍ରରୁ ୨୬ ଟି ପଞ୍ଚାୟତ କୁ ଚାରା ବିତରଣ କରାଯିବା ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମରେ ଚାରା ରୋପଣ କରାଯିବ। ୨୬ ଗୋଟି ପଞ୍ଚାୟତ ରେ ୧୩୦୦୦ ଚାରା ବିତରଣ କରାଯିବ।ଆଜିର କାର୍ଯ୍ୟକ୍ରମ ରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ମଇଦଲପୁର ବନପାଳ ମଧୁସୂଦନ ପାତ୍ର, ଜଟାବାଲ ବନପାଳ ବିଷ୍ଣୁ ବିଶୋଇ ସହ ତିନୋଟି ସେକ୍ସନ ର ବନରକ୍ଷୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.