ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ଅନୁଷ୍ଠିତ

3

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୮/୦୯/୨୫ ଡାବୁଗାଁ ସଦର ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ” ଉଲ୍ଲାସ ” ଅନୁଷ୍ଠିତ ହୋଇଯାଇଛି। ବିଇଓ ରଶ୍ମିତା ନେତମ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ଧନ ସିଂ ଭତରା ଓ ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ , ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନୋଜ ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ। ବିଆରସିସି ଭଗବାନ ମାଝୀ ସ୍ଵାଗତ ଭାଷଣ ଦେଇ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଆମ ଅଞ୍ଚଳ ର ଲୋକେ ନିରକ୍ଷର ଯୋଗୁଁ ବିଭିନ୍ନ କ୍ଷେତ୍ରରେ ଠକାମୀ ର ଶିକାର ହେଉଥିବାରୁ ଅପାଠୁଆ ମାନଙ୍କୁ ଚିହ୍ନଟ କରି ଶିକ୍ଷିତ କରିବା ସହ ସାମଜ୍ ର ମୁଖ୍ୟ ସ୍ରୋତରେ ଫେରିବା ପାଇଁ ସମସ୍ତେ ପ୍ରୟାସ କରିବା ଜରୁରୀ ବୋଲି କହିଥିଲେ। ବିଇଓ ରଶ୍ମିତା ନେତମ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ ସରକାର ନବଭାରଟ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ମାଧ୍ୟମରେ ଅଶିକ୍ଷିତ ଙ୍କୁ ଚିହ୍ନଟ କରି ଶିକ୍ଷିତ କରିବା ଉପରେ କାର୍ଯ୍ୟକ୍ରମ ହାତକୁ ନେଇଥିବା କହିଛନ୍ତି। ବ୍ଲକ ସ୍ତରରେ ୧୫ ରୁ ୩୫ ବର୍ଷ ପର୍ଯ୍ୟନ୍ତ ଅଶିକ୍ଷିତ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ମୌଳିକ ଭାଷାଜ୍ଞାନ ସହ ସଂଖ୍ୟା ଜ୍ଞାନ ଦିଆଯିବାର ଆବଶ୍ୟକ ସମ୍ବନ୍ଧରେ କହିଥିଲେ। ଶିକ୍ଷା କୁ ପ୍ରୋତ୍ସାହିତ କରିବା ଓ ଆର୍ଥିକ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ସମସ୍ତେ ସହାୟତା ପ୍ରଦାନ କରିବାକୁ କହିଥିଲେ। ଆସନ୍ତା ଏକ ସପ୍ତାହ ଧରି ବ୍ଲକ ର ୧୫ ରୁ ୩୫ ବର୍ଷ ର ଅଶିକ୍ଷିତ ମାନଙ୍କୁ ଚିହ୍ନଟ କରାଯାଇ ସେପ୍ଟେମ୍ବର ୨୧ ତାରିଖରେ ସେମାନଙ୍କ ପରୀକ୍ଷା କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ଉଲ୍ଲାସ ମାଧ୍ୟମରେ ନଗର ପରିକ୍ରମା କରି ସାକ୍ଷରତା ଅଭିଯାନ ର ସଚେତନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସିଆରସିସି ହେମେନ୍ଦ୍ର ବେହେରା ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସିଆରସିସି ହେମନ୍ତ ପଣ୍ଡା,ଧନଞ୍ଜୟ ବଡଜେନା ,ଗୀତାଞ୍ଜଳି ବସ୍ତିଆ,ଶିକ୍ଷକ ହେମନ୍ତ ସାମଲ ସହ ଶିକ୍ଷକ ଓ ଏସଏଚଜି ର ମହିଳା ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.