କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) ପଟ୍ଟାମୁଣ୍ଡାଇ ବୋଧ ଗାଁର ଝିଅ ବନିତା ରାଉତ ବିଭତ୍ସ ଗଣହତ୍ୟାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇ ଯାଇଛି।ପୁଲିସର ନିଷ୍କ୍ରିୟତା ଓ ପକ୍ଷପାତିତା,ଦୋଷୀ ମାନଙ୍କୁ ଘଣ୍ଟ ଘୋଡାଇବା,ମୃତ ବନିତାଙ୍କ ବିରୁଦ୍ଧରେ ପୁଲିସର ବୟାନ ବାଜି ଏବଂ ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ମହିଳା ଅତ୍ୟାଚାର ବିରୁଦ୍ଧରେ ଅନୁଷ୍ଠିତ ଗଣଧାରଣା ପୂର୍ବରୁ ଭୀଷଣ ବର୍ଷା ସତ୍ତ୍ୱେ ସ୍ଥାନୀୟ ସାନ୍ତସାହି ପୋଲ ନିକଟରୁ ପାଞ୍ଚ ଶହରୁ ଅଧିକ ମହିଳା ଓ ପୁରୁଷଙ୍କ ଏକ ଗଣ ପଟୁଆର ସହରର ମୁଖ୍ୟ ରାସ୍ତା ଅତିକ୍ରମ କରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ପହଞ୍ଚିଥିଲା। ପ୍ରକାଶ ଥାଉକି ଗତ ମାସ ୨୮ତାରିଖ ଦିନ ପଟ୍ଟାମୁଣ୍ଡାଇ ସହରସ୍ଥିତ ମୁନିସପାଲିଟି ଅଫିସି ନିକଟ ଭେଣ୍ଡିଙ୍ଗ ଯୋନର କେବିନ ନଂ୩୧ ରେ ମୃତ ବନିତାଙ୍କୁ ହତ୍ୟା କରାଯାଇ ରଖା ଯାଇଥିଲା।ବନିତାଙ୍କୁ ନପାଇ ଘରଲୋକେ ପୁଲିସରେ ଏଫ ଆଇ ଆର ଦେଲା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା।ମୃତଦେହ କେବିନିରେ ତିନିଦିନ ରହିବା ପରେ ଗନ୍ଧ ହେବାରୁ ପୁଲିସ ଖବର ପାଇ କବାଟ ଭାଙ୍ଗି ମୃତ ଦେହକୁ ଉଦ୍ଧାର କରିଥିଲେ ବି କେବଳ ମୁଖ୍ୟ ଅଭିଯୁକ୍ତ ଆସାମୀ ସନ୍ତୋଷ ପରିଡା ଓରଫ ଚକୁଳିକୁ ଗିରଫ କରି ନିରବ ଦ୍ରଷ୍ଟା ସାଜିଛି । ମୃତ ବନିତାର ମାଙ୍କ ବୟାନକୁ ମଧ୍ୟ ରେକର୍ଡ କରାଯାଇନି ।ଏଭଳି ସ୍ଥଳେ ଧାରଣାକାରୀ ମାନେ ପୁଲିସର ତଦନ୍ତ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି । ତେଣୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବା, କେବଳ ଚକୁଳି ନୁହେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବା, ଅପରାଧି ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ମୃତ ବନିତାଙ୍କ ପୁଅକୁ ପଚାଶ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରା ଯାଇଛି । ଓଡିଶା କୃଷକ ସଭା ଜିଲ୍ଲା ସମ୍ପାଦକ ବିଜୟ ଦାସଙ୍କ ସଭା ପତିତ୍ୱରେ ଅନୁଷ୍ଠିତ ସଭାରେ ଓଡିଶା କୃଷକ ସଭା ଜିଲ୍ଲା ସଭାପତି ଗୟାଧର ଧଳ, ଓଡ଼ିଶାର ବିଶିଷ୍ଟ କର୍ମଚାରୀ ନେତା ନରୋତ୍ତମ ପାର୍ଥ ସାରଥୀ, ପଟ୍ଟାମୁଣ୍ଡାଇର ବରିଷ୍ଠ କୃଷକ ନେତା ଦାସରଥୀ ସାହୁ, ନବଦିଗନ୍ତ ସ୍ବେଛାସେବୀ ସାମାଜିକ ସଂଗଠନର ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି,ଯଦୁମଣି ଦାସ, ସୁଦର୍ଶନ ମଳିକ, ସ୍ଥାନୀୟ ନାୟବ ସରପଞ୍ଚ ସହଦେଵ ଦାସ,ଲିଲି ଜେନା, ଗୋଲାପ ଜେନା, ସୂର୍ଯ୍ୟକାନ୍ତ ତ୍ରିପାଠୀ ଓ ସରୋଜ ସାହାଣୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ।ଏକ ସାତଜଣିଆ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।ସାତ ଦିନ ମଧ୍ୟରେ ଦାବି ପୂରଣ ନହେଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି ବକ୍ତାମାନେ ଚେତାବନୀ ଦେଇଥିଲେ
Sign in
Sign in
Recover your password.
A password will be e-mailed to you.