
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- ,ଗଂଜାମ ଜିଲ୍ଲା ବେଲଗୁଣ୍ଠା ଏନ୍.ଏ.ସି ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୨୦୨୫ ଜୁଲାଇ ୧୯ ତାରିଖରେ ଅନୁଷ୍ଠିତ ବିଜ୍ଞାନ ମେଳାରୁ ସଫଳତା ପାଇ ସଂକୁଳ ତଥା ବ୍ଲକ ସ୍ତରୀୟ ଏବଂ ପରେ ବିଭାଗ ବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ବେଲଗୁଣ୍ଠା ଶିଶୁ ବିଦ୍ୟା ମନ୍ଦିରର କିଶୋରି ବର୍ଗର ଉଭଣି ସୁଶ୍ରୀ ସବନମ୍ ଜେନା ଓ ସୁଶ୍ରୀ ଶୁଭଶ୍ରୀ ଜେନା ଯୋଗଦେଇ ଥିଲେ I ଓଡ଼ିଶା ପ୍ରାନ୍ତ ସ୍ତରରେ ଶିକ୍ଷା ବିକାଶ ସମିତି ଦ୍ୱାରା ଆୟୋଜିତ ବିଜ୍ଞାନ ପ୍ରୟୋଗ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସୁଶ୍ରୀ ସବନମ୍ ଜେନା କ୍ଷେତ୍ରୀୟ ତଥା ଅଖିଳ ଭାରତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସୌଭାଗ୍ୟ ଅର୍ଜନ କରିଛନ୍ତି I ସେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ମାୟାପୁରୀ ଠାରେ ଆୟୋଜିତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସଫଳତା ପାଇବେ ବୋଲି ଆଶା ରଖିଛନ୍ତି I ସେହିପରି ସୁଶ୍ରୀ ଶୁଭଶ୍ରୀ ଜେନା ଗଣିତ ପ୍ରକଳ୍ପରେ ଓଡ଼ିଶା ପ୍ରାନ୍ତ ସ୍ତରରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି I ଉଭୟଙ୍କ ସଫଳତା ପାଇଁ ବେଲଗୁଣ୍ଠା ଅଞ୍ଚଳ ବାସୀ , ଅନୁଷ୍ଠାନର ସଭାପତି, ସଂପାଦକ, ସମସ୍ତ ଗୁରୁମା, ଗୁରୁଜି ଏବଂ ଶିଶୁମାନଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଛି I ପ୍ରକାଶ ଥାଉ ଅନ୍ତରାଜ୍ୟ ପ୍ରତିଯୋଗିତା ପାଇଁ କୃତିତ୍ୱ ହାସଲ୍ କରିଥିବା ଛାତ୍ରୀ ସୁଶ୍ରୀ ସବନମ ଜେନା ଜଣେ ଗରିବ ଘରର ଝିଅ I ଶିଶୁ ମନ୍ଦିରର କର୍ମକର୍ତ୍ତା ସବନମ୍ ଙ୍କୁ ମାଗଣାରେ ଶିକ୍ଷା ଦାନ କରୁଛନ୍ତି l ତାଙ୍କ ଘର ବେଲଗୁଣ୍ଠା ଆଳିଆ ସାହିରେ I ସବନମ୍ ନିଜ ସଫଳତାର ସମସ୍ତ ଶ୍ରେୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର କର୍ମକର୍ତ୍ତାଙ୍କୁ ଦେଇଛନ୍ତି I
Sign in
Sign in
Recover your password.
A password will be e-mailed to you.