କେନ୍ଦୁଝର,ତା୮/୯- ଆଜି ବାଲେଶ୍ୱର ଜିଲ୍ଲାରୁ କିଛି ପର୍ଯ୍ୟଟକ ଘଟଗାଁ ନିକଟରେ ଥିବା ବଣ ଚକୁଳିଆ ଅଂଚଳର ପ୍ରସିଦ୍ଧ ଗୁଣ୍ଡିଚାଘାଗୀ ଜଳପ୍ରପାତ ବୁଲିବାକୁ ଆସିଥିଲେ। ତେବେ ଅସାବଧାନତାବଶତଃ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ପ୍ରପାତ ପାଣିରେ ଭାସି ଯାଇଥିବା ଜଣାଯାଇଛି। ଉଲ୍ଲେଖଯୋଗ୍ୟ କି ମୁଷଳ ନଦୀ ପଥର ପାହାଡ଼ ଡେଇଁ ଏଠାରେ ଲମ୍ଫ ପ୍ରଦାନ କରି ଏହି ସୁନ୍ଦର ଜଳପ୍ରପାତ ସୃଷ୍ଟି କରିଛି। ପାହାଡ଼ିଆ ନଦୀ ହଠାତ ଫୁଲି ଉଠେ ତେଣୁ ବାହାର ପର୍ଯ୍ୟଟକ ଏହା ସଠିକ ଭାବେ ଠଉରାଇ ପାରନ୍ତି ନାହିଁ। ପ୍ରପାତ ପାଣିରେ ସୁଅ ପ୍ରଖର ରହିଥାଏ ତେଣୁ ଆଜି ଉକ୍ତ ଯୁବକ ସେଥିରେ ପଡ଼ି ଭାସିଯାଇଥିବା ଜଣା ଯାଇଛି। ସାଥିରେ ଥିବା ଲୋକେ ଉଦ୍ଧାର ଲାଗି ଚେଷ୍ଟା କରି ବିଫଳ ହେବାପରେ ଘଟଗାଁ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି କରାଯାଉଥିଲେ ମଧ୍ୟ ଯୁବକଙ୍କ ପତ୍ତା ମିଳିନଥିବା ଜଣାଯାଇଛି। ତେବେ ଯୁବକ ଅକ୍ଷତ ଅବସ୍ଥାରେ ଫେରି ଆସନ୍ତୁ ବୋଲି ସେଠାରେ ସମସ୍ତେ ମାଆ ତାରିଣୀଙ୍କୁ ପ୍ରାର୍ଥନା କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post