ଯାଜପୁର : ଗତ ୨ ତାରିଖ ରୁ ରାଜ୍ୟ କଂଗ୍ରେସ ପକ୍ଷରୁ ସଂଗଠନ ସୃଜନ ଅଭିଯାନ ଜରିଆରେ ଚୟନ କରାଯାଉଥିବା ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ଯାଜପୁର ସ୍ଥିତ ଗୌତମ ବୁଦ୍ଧ ସଂକୃତି ଭବନ ଠାରେ ଏହାର ଉଦଘାଟନ ଏ ଆଇ ସି, ସି, ସାଧାରଣ ସମ୍ପାଦିକା ଚାରୁଲତା ଟୋକାଶ ଙ୍କ ଦ୍ୱାରା ଉଦଘାଟନ ହୋଇଯାଇଛି। ଶ୍ରୀମତୀ ଟୋକାଶ ଏହି କର୍ମଶାଳା କୁ ଉଦଘାଟନ କରି କହିଲେ ଭାରତୀୟ ଜାତୀୟ କଂଗ୍ରେସ ର ନିଷ୍ପତି ଓ ବିରୋଧୀ ଦଳ ନେତା ସାଂସଦ ରାହୁଲ ଗାନ୍ଧୀ କଂ ନ୍ୟାୟ ଯାତ୍ରା ପରେ ଭୋଟର ଅଧିକାର ଯାତ୍ରା ଦେଶ ଏକ ରାଜନୈତିକ ପରିବର୍ତ୍ତନ ଆଣିବ। ଏହି ପରିପ୍ରେକ୍ଷୀରେ ସଂଗଠନ ସୃଜନ ଅଭିଯାନ ଜରିଆରେ କଂଗ୍ରେସ ର ତଳ ସ୍ତରରୁ ସେମାନଙ୍କ ପ୍ରସ୍ତାବ ଅନୁଯାଇ ଜିଲ୍ଲା ସଭାପତି ଚୟନ ହେବ। ପ୍ରଥମେ ଜିଲ୍ଲା ଏହା ପରେ ବ୍ଲକ ସର୍ବପରି ପଂଚାୟତ ସ୍ତରରୁ ଦକ୍ଷତା ସମ୍ପର୍ଣ୍ଣ ବ୍ୟକ୍ତି ସଭ୍ୟ ମାନଙ୍କ ଦ୍ୱାରା ଚୟନ କରାଯିବ ଯାହା ବି ଜେ ପି ସରକାର ବିରୋଧ ରେ ଲଢେ଼ଇ ପାଇଁ ସହାୟକ ହେବ। ଏହି ସଭାରେ ଜିଲ୍ଲା ଓ ରାଜ୍ୟ ର ପ୍ରମୁଖ ନେତା ମାନେ ଅଂଶଗ୍ରହଣ କରିଥିଲେ, ଜିଲ୍ଲାସଭାପତି ଭାବେ ୩୦ ରୁ ଅଧିକ ପ୍ରାଥୀ ଦରଖାସ୍ତ କରିଥିବା ଜଣା ପଡିଛି ଏହା ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ବିଦ୍ୟାଧର ମହାନ୍ତି ସନ୍ତୋଷ କୁମାର ନନ୍ଦ, ସୁଦିପ କୁମାର କର କଂ ନାମ ଥିବା ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.