ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ସହରର ବଡ଼କୋଦଣ୍ଡା ଗ୍ରାମ ଛକଠାରେ ଗଞ୍ଜେଇ ପରିବହନ ସମୟରେ ୫ ତାରିଖ ଶୁକ୍ରବାର ଦିନ କେସ୍ ସଂଖ୍ୟା ୧୦୨୧ , ଏନ୍ ଡି ପି ଏସ୍ ଆଇନର ଧାରାନୁସାରେ ମାମଲା ରୁଜୁ ହୋଇ ଦୁଇ ଅଭିଯୁକ୍ତ ପାଣୁ ସାହୁ ଓ ରାଜେନ୍ଦ୍ର ପାଢ଼ୀ କୁ ଗଣ୍ୟମାନ୍ୟ ଭଞ୍ଜନଗର ଅଦାଲତ୍ ଆଗରେ ଉପସ୍ଥାପନ ହୋଇଥିବା ଭଞ୍ଜନଗର ଥାନାଧିକାରୀ ଙ୍କ ଠିରୁ ସୁଚନା ପ୍ରାପ୍ତ।
ଭଞ୍ଜନଗର ଥାନାଧିକାରୀ ଶ୍ରୀଯୁକ୍ତ ଜୀବନାନନ୍ଦ ଜେନା ଙ୍କ ସୂଚନା ପ୍ରକାରେ ଅଭିଯୁକ୍ତ ପାଣୁ ସାହୁ , ଗ୍ରାମ ବାଲିପଦର,ଥାନା ଗୋଛାପଡା, ଜିଲ୍ଲା କନ୍ଧମାଳ କିନ୍ତୁ, ବର୍ତ୍ତମାନ ର ଠିକଣା ରେନବୋ କଲୋନୀ କୋଦଣ୍ଡା ଛକ ଭଞ୍ଜନଗର। ଏବଂ ରାଜେନ୍ଦ୍ର ପାଢ଼ୀ, ଶାନ୍ତି ନଗର, କୋଦଣ୍ଡା ଛକ ଭଞ୍ଜନଗର, ରେ ଗଞ୍ଜେଇ ପରିବହନ କରୁଥିବା ସମୟରେ ହଠାତ୍ ଗିରଫ ହୋଇଥିଲେ। ଅଭିଯୁକ୍ତ ମାନେ ଗୋଛାପଡା ରୁ ଭଞ୍ଜନଗରସ୍ଥ ବଡ଼କୋଦଣ୍ଡା କୁ ଅବୈଧ ମାଦକ ଦ୍ରବ୍ୟ ପରିବହନ କରୁଥିବାବେଳେ ଭଞ୍ଜନଗର ପୋଲିସ୍ ଦ୍ଵାରା ଧରାପଡ଼ିଛନ୍ତି। ସେମାନଙ୍କ ଠାରୁ ୧୩ କିଲୋ ୪୭୦ ଗ୍ରାମ ଓଜନର ଗଞ୍ଜେଇ ସହିତ ଏସ୍ ପି /୧୨୫ ମୋଟରସାଇକେଲ, ନଗଦ ୨୮୨୦ ଟଙ୍କା ଓ ଦୁଇଟି ମୋବାଇଲ ଫୋନ୍ ଜବତ୍ କରାଯାଇଥିବା ସୁଚନା ମିଳିଛି। ଏବଂ ଏନ୍ ଡି ପି ଏସ୍ ଆଇନ ଅନୁଯାୟୀ ତଦନ୍ତ ଚାଲୁଅଛି।
Sign in
Sign in
Recover your password.
A password will be e-mailed to you.
Prev Post