ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳା ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସମଲେଇ ନୃତ୍ୟକଳା ପରିଷଦ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ୨୦ତମ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ – ୨୦୨୫ କାର୍ଯ୍ୟକ୍ରମ ସ୍ଥାନୀୟ ନଗର ଭବନ ( ଟାଉନ ହଲ) ଠାରେ ଅନୁଷ୍ଠିତ ମହାସମାରୋହରେ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗଜପତି ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀ ଯୋଗଦେଇ ଥିବା ବେଳେ ଉଦଘାଟକ ଭାବେ ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ , ଓଡ଼ିଆ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ମଞ୍ଚକଳାର ଆଦର୍ଶ ଦାସ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ ଉଦଘାଟନୀ ସଭାରେ ସଭାପତିତ୍ୱ କରିଥିଲେ। ଅନୁଷ୍ଠାନର ସମ୍ପାଦକ ବାଳକୃଷ୍ଣ ପାଣିଗ୍ରାହୀ ସମ୍ପାଦକୀୟ ବିବରଣୀ ଉପସ୍ଥାପନା କରିଥିଲେ।
ମଞ୍ଚାସିନ ଅତିଥି ମାନେ ନିଜ ବକ୍ତବ୍ୟରେ ଆୟୋଜକ ଅନୁଷ୍ଠାନ ଓ ସଂସ୍କୃତି ପରିଷଦର ଏହି ଉଦ୍ୟମକୁ ସାଧୁବାଦ ଜଣାଇବା ସହ ଯଦିଓ ଏହା ପଶ୍ଚିମ ଓଡ଼ିଶାର ଗଣପର୍ବ ହୋଇଥିଲେ ମଧ୍ୟ ଉପାନ୍ତ ପାରଳାଖେମୁଣ୍ଡିରେ ଦୀର୍ଘ ଦୁଇ ଦଶନ୍ଧି ଧରି ପାଳନ କରାଯାଉ ଥିବାରୁ ସେମାନେ ଆନନ୍ଦିତ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ।
ଏଥି ସହ ପାରଳାର ନୃତ୍ୟ ଭିତ୍ତିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ର , ପଦାମୃତ ନୃତ୍ୟାୟନ ଓ ମିରାକଲ ଡ୍ୟାନ୍ସ ଅନୁଷ୍ଠାନ ସମେତ ଆୟୋଜକ ସମଲେଇ ନୃତ୍ୟକଳା ପରିଷଦ ପକ୍ଷରୁ ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ସୁଭାଶିଷ ପତି ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୋନିକା ପ୍ରିୟଦର୍ଶିନୀ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ଡି.ମୋହନ ରାଓ , ରଘୁନାଥ ପଟ୍ଟନାୟକ , ଡି. ପ୍ରିୟଙ୍କା , ସ୍ୱର୍ଣ୍ଣଲତା ପାତ୍ର , ଆରୁପାଞ୍ଜଳି ମହାନ୍ତି , ସୁଧା ରଞ୍ଜନ ପଟ୍ଟନାୟକ, ହରିହର ପଟ୍ଟନାୟକ , ସନ୍ତୋଷ ପାଟ୍ଟଯୋଶୀ , ଭିକି , ନିରଞ୍ଜନ , ରାମ ଶଙ୍କର ପଟ୍ଟନାୟକ ପ୍ରଭୃତି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକ ମାନେ ସମ୍ବଲପୁରୀ ନୃତ୍ୟରେ ଝୁମି ଉଠିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post