ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବଣିକ ସଂଘ ପକ୍ଷରୁ ସଭାପତି ସନତ୍ କୁମାର ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ସଂଘର ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ, ଉପସଭାପତି ସୁଯ୍ୟନାରାୟଣ ତ୍ରିପାଠୀ, ସମ୍ପାଦକ ସୁଦାମ ତ୍ରିପାଠୀ, ସହ ସମ୍ପାଦକ ସନ୍ତୋଷ କୁମାର ମହାରଣା, କୋଷାଧ୍ୟକ୍ଷ ଗୁଣ୍ଡିଚା ବେହେରା ଯୋଗଦେଇଥିବା ବେଳେ ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ,ଉଚ୍ଚ ମାଧ୍ୟମିକ ବିଦ୍ୟଳୟ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମାଗୁଣି ମିଶ୍ର,ବିଜୟ କୁମାର ସ୍ୱାଇଁ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ଉପସ୍ଥିତ ରହି ଗୁରୁଦିବସ ରେ ରାଷ୍ଟ୍ର ଏବଂ ଛାତ୍ର ଗଠନରେ ଶିକ୍ଷକ ମାନଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ I ବେଲଗୁଣ୍ଠା ସହରର ସମସ୍ତ ବିଦ୍ୟାଳୟ ର ଗୁରୁଜୀ, ଗୁରୁମା, ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ ମହାବିଦ୍ୟାଳୟର ଅଧକ୍ଷ ମାନଙ୍କୁ ଖାତା, ପେନ, ଉପଢୌକନ ସହ ଉପହାର ଦେଇ ସଂମାନିତ କରାଯାଇଥିଲା l ସେହିପରି ବେଲଗୁଣ୍ଠା ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଅନୁଷ୍ଠାନ ସଭାପତି ଭି ଦେବୀ ପ୍ରସାଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ସାହୁ, ମୁଖ୍ୟ ବକ୍ତା ଭାବେ ସମ୍ବାଦ ସାହିତ୍ୟ ଘରା ସଭାପତି ମୋତିଲାଲ ପତି,ଅନୁଷ୍ଠାନ ସମ୍ପାଦକ ବୁଲୁ ଦାସ, ଉପାଧ୍ୟକ୍ଷ ମିଲୁ ଭାଇ, ପ୍ରଧାନ ଆଚାର୍ଯ୍ୟା ବାସନ୍ତୀ ଦାସ୍, ଶିକ୍ଷକ ନାରାୟଣ ସୁଆର ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ସେହିପରି ବେଲଗୁଣ୍ଠା ସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ମଧ୍ୟ ଗୁରୁ ଦିବସ ପାଳିତ ହୋଇଯାଇଛି I
Sign in
Sign in
Recover your password.
A password will be e-mailed to you.
Prev Post