ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୫/୦୯/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ରେ ଗୁରୁଦିବସ ଆଲିଟ ହୋଇଯାଇଛି। ଶିଶୁ ମନ୍ଦିର ର ରାଧା ଆଚାର୍ଯ୍ୟ ସତ୍ୟନାରାୟଣ ଚୌଧୁରୀ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜାମରୁଣ୍ଡା ଶିଶୁ ମନ୍ଦିର ର ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ସୁରେଶ ସାମଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିଶୁ ମନ୍ଦିର ସମ୍ପାଦକ ସଞ୍ଜୟ କୁମାର ପାଢ଼ୀ ଯୋଗ ଦେଇଥିଲେ। ଅତିଥି ଗଣ ପ୍ରଦୀପ ପ୍ରଜ୍ବଳନ କରି ଭାରତ ର ଦ୍ଵିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମୁଖ୍ୟ ଅତିଥି ଙ୍କୁ ଉପ ଢଉକନ ଦେଇ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ଛାତ୍ରଛାତ୍ରୀଙ୍କୁ ଗୁରୁଦିବସ ର ତାପ୍ତର୍ୟ୍ଯ ସମର୍କରେ କହିବା ସହ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ସିକ୍ୟାପ୍ରତି ରହିଥିବା ଅବଦାନକୁ ମନେ ରଖିବା ପାଇଁ ତାଙ୍କ ଜୟନ୍ତୀ ରେ ସାରା ଭାରତ ବର୍ଷରେ ଗୁରୁଦିବସ ପାଳିତ ହେଉଥିବା କହିଥିଲେ। ଶିକ୍ଷା ଦିକ୍ଷା ପ୍ରତିଟି କ୍ଷେତ୍ରରେ ଗୁରୁଙ୍କ ମାର୍ଗଦର୍ଶନ ରେ ଜଣେ ବ୍ୟକ୍ତି କୁ ସଫଳ କରାଏ ବୋଲି କହିଥିଲେ। ସମ୍ମାନିତ ଅତିଥି ଶିଶୁ ମନ୍ଦିର ସମ୍ପାଦକ ସଞ୍ଜୟ ପାଢି ଗୁରୁ ହିଁ ଏକମାତ୍ର ବ୍ୟକ୍ତି ଯିଏ ଅଜ୍ଞାନ ରୂପକ ଅନ୍ଧକାର ରୁ ଦୂର କରି ଜ୍ଞାନ ରୁଆକ୍ ଆଲୋକ ପ୍ରଦାନ କରିଥାନ୍ତି ବୋଲି କହିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ନିତ୍ୟା ଗୁରୁଜୀ,ପ୍ରଦୀପ ଗୁରୁଜୀ,ଆଶିଷ ଗୁରୁଜୀ ସହ ଅନ୍ୟ ଗରୁମା ମାନେ ଉପସ୍ଥିତ ଥିଲେ। ସେହିପରି ଡାବୁଗାଁ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ଓମ ଶାନ୍ତି ଭବନ ଓ ବିଭିନ୍ନ ବିଦ୍ୟାଳୟ ରେ ଗୁରୁଦିବସ ପାଳିତ ହୋଇଯାଇଛି।
Sign in
Sign in
Recover your password.
A password will be e-mailed to you.