( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବିଦ୍ୟୁତ୍ ଆଘାତରେ ଇଂଜିନିୟର ବି ଜ୍ୟୋତି ସ୍ୱରୂପ ନାମକ ଜଣେ ଯୁବକ ର ମୃତ୍ୟୁ ଘଟିଛି। ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଓମ୍ ବିହାର ଠାରେ ଏକ ଆପାର୍ଟମେଣ୍ଟରେ କାର୍ଯ୍ୟରତ ଜ୍ୟୋତି ସ୍ୱରୂପ ଏକ ଭାଇଭ୍ରେଟର୍ ମେସିନ ସଜାଡୁ ଥିବା ବେଳେ ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇ ଅଚେତ ହୋଇ ଯାଇଥିଲା। ଏହି ଭଳି ପରିସ୍ଥିତିରେ ଅନ୍ୟ କାର୍ଯ୍ୟରତ କର୍ମଚାରୀ ମାନେ ତାକୁ ବଡଡାକ୍ତରଖାନାକୁ ଚିକିତ୍ସା ପାଇଁ ନେବା ସହ ପରିବାର ଲୋକଙ୍କୁ ଖବର ଜଣାଇଥିଲେ। ମୃତ ଯୁବକ ର ପିତା ତଥା ପୂର୍ବତନ କର୍ପୋରେଟର ବି ଶ୍ରୀନିବାସ ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଡାକ୍ତରଖାନାରେ ପହଞ୍ଚି ଥିଲେ। କିନ୍ତୁ ଡ଼ାକ୍ତର ତାକୁ ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଥିଲେ। ଖବର ପାଇ ଗୋଷାଣୀ ନୁଆଁଗାଁ ଥାନା ପୋଲିସ୍ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ଓ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ମୃତ ଯୁବକ ର ଜେଜେ ମା ବର୍ତ୍ତମାନ କର୍ପୋରେଟର ଅଛନ୍ତି। ଏହି ଭଳି ଦୁଃଖଦ ଖବର ପ୍ରଚାରିତ ହେବା ପରେ ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର, ପୁର୍ବତନ ବିଧାୟକ ବିକ୍ରମ ପଣ୍ଡା ଙ୍କ ସମେତ ବହୁ ବୁଦ୍ଧିଜୀବୀ ପହଞ୍ଚି ମୃତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post