ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୩/୦୯/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ଜୟନ୍ତିନଗର ଠାରେ କଂଗ୍ରେସ ଦଳ ର ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି ସାଇ ରାଜୁ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏଆଇସିସି ପର୍ଯ୍ୟବେକ୍ଷକ ତଥା ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କଂଗ୍ରେସ କମିଟି ର କାର୍ଯ୍ୟକାରୀ ସଭାପତି ଜେ ଟି କୁସୁମ କୁମାର,ସମ୍ମାନିତ ଅତିଥି ଭାବେ ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ, ପିସିସି ପର୍ଯ୍ୟବେକ୍ଷକ କୃଷ୍ଣ ଚନ୍ଦ୍ର କୁଲଦୀପ,କଳାହାଣ୍ଡି ର ସାଂସଦ ପ୍ରାର୍ଥୀନୀ ଦ୍ରୌପଦୀ ମାଝୀ ଓ ପୁଋଷତ୍ତମ ଗୁପ୍ତା ମଞ୍ଚାଷୀନ ଥିଲେ। ମୁଖ୍ୟ ଅତିଥି ଏଆଇସିସି ପର୍ଯ୍ୟବେକ୍ଷକ କଂଗ୍ରେସ ର ଗଡ ଭାବେ ପରିଚିତ ଅବିଭକ୍ତ କୋରାପୁଟ ଜିଲ୍ଲା କୁ ପୁନଃ ସୁସଂଗଠିତ କରି ଦଳ କୁ ଆଗକୁ ନେବାକୁ କର୍ମୀ ମାନଙ୍କୁ କହିଥିଲେ। ବର୍ତମାନ ମଧ୍ୟ ଏ ଅଞ୍ଚଳ ର ଲୋକେ କଂଗ୍ରେସ ଦଳ ଉପରେ ଆସ୍ଥା ଓ ବିଶ୍ୱାସ ରଖିଥିବା ବେଳେ ଆଗାମୀ ନିର୍ବାଚନ ପୂର୍ବରୁ ଦଳ କୁ ତୃଣମୂଳ ସ୍ତରରୁ ଅଧିକ ସଂଗଠିତ କରିବାକୁ କହିଥିଲେ । ଏହି ଅବସରରେ ବ୍ଲକ ସଭାପତି ଭାବେ ପୁନର୍ବାର ଜି ସାଇ ରାଜୁ ଙ୍କୁ ଚୟନ କରାଯାଇଥିଲା। ସେହିପରି ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଭାବେ ଆଶାୟୀ ଥିବା ୧୪ ଜଣ ପ୍ରାର୍ଥୀ ଙ୍କ ଚୟନ କୁ ନେଇ ମତ ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜୋନ ୧ କଂଗ୍ରେସ ସଭାପତି ପ୍ରକାଶ ପଣ୍ଡା,ଜୋନ ୨ ସଭାପତି ବଇଁଶି ଧର ମାଝୀ, ଜିଲ୍ଲା ସମ୍ପାଦକ ଵାବି ଜେନା, କୂର୍ଶ ପନକା,ସଶିଧର ମାଝୀ,ମୟ ପନକା,ନୁରେନ ତନ୍ତୀ,ଭାଗିରଥି ମାଝୀ, ପୁସ୍ତମ ମାଝୀ,ସତ୍ୟ ପାତ୍ର,ଜଗନ୍ନାଥ ମେହେର,ଜଗ ଭତରା ସହ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post