ଦୁର୍ଗା ପୂଜା ନିମନ୍ତେ ଭୂମି ପୂଜନ

2

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ଡାବୁଗାଁ ତା ୦୩/୦୮୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଦୁର୍ଗା ପୂଜା ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ମାସ ୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦୁର୍ଗା ପୂଜା ନିମନ୍ତେ ଆଜି ପୂଜା କମିଟି ତରଫରୁ ଅଙ୍ଗୀ ନଦୀ କୂଳରେ ଭୂମି ପୂଜନ କରାଯାଇ ଦୁର୍ଗା ମା ଙ୍କ ମୂର୍ତ୍ତି ନିମନ୍ତେ ନଦୀ ପଠାରୁ ମାଟି ସଂଗ୍ରହ କରାଯାଇଥିଲା।ଚଳିତ ବର୍ଷ ଦୁର୍ଗା ପୂଜାକୁ ଅଧିକ ଆକର୍ଷଣୀୟ ସହ ସୁନ୍ଦର ସାଜସଜ୍ଜା ,ତୋରଣ ଓ ଆଲୋକମାଳା ରେ ସୁସଜ୍ଜିତ କରିବା କୁ ପୂଜା କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।ପୂଜା କୁ ଶାନ୍ତି ଶୃଙ୍ଖଳା ର ସହ ପାଳନ କରିବାକୁ କମିଟି ତରଫରୁ ପୁଲିସ ର ସହାୟତା ନିଆ ଯାଇଛି। ଆଜି ଭୂମି ପୂଜନ ସମୟରେ ପୂଜକ ଗଦାଧର ତ୍ରିପାଠୀ, କର୍ତ୍ତା ଟିଟୁ ଜେନା,ଜି ବିଜୟ ଆନନ୍ଦ,ପୂଜା କମିଟି ସଭାପତି ସୁରେନ୍ଦ୍ର ମିଶ୍ର,ଜି ସାଇ ରାଜୁ, ବାବି ଜେନା, କୁନୁ ପାତ୍ର, ଟୁକୁ ବିଶୋଇ,ରାଜେଶ ଅଗ୍ରୱାଲ,ସୁରେଶ ବେହେରା, ଶୁଭଜିତ ପାଣିଗ୍ରାହୀ, ସୌଭାଗ୍ୟ ବିଶ୍ଵାଳ,ଜି ସତ୍ୟା ରାଓ, ନରେଶ ସିଂ, ପାପନା ରେଲି ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.