କେନ୍ଦୁଝର,ତା୨/୯- ଧରଣୀଧର ବିଶ୍ଵବିଦ୍ୟାଳୟରେ ନୂତନ କୁଳପତି ଭାବରେ ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ ଯୋଗ ଦେଇଛନ୍ତି । ସେ କାଲିଠାରୁ ବିଶ୍ଵବିଦ୍ୟାଳୟର ଦାୟିତ୍ୱ ନେଇଛନ୍ତି । ସେ ବର୍ତ୍ତମାନ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ସମ୍ବଲପୁରର କୁଳପତି ଭାବରେ କାର୍ଯ୍ୟଭାର ତୁଲଉଛନ୍ତି। ଧରଣୀଧର ବିଶ୍ଵବିଦ୍ୟାଳୟର କୁଳପତି ଭାବରେ ତାଙ୍କୁ ଆଗାମୀ ଛଅ ମାସ ଅବା ନୂତନ କୁଳପତିଙ୍କ ଯୋଗଦାନ ପର୍ଯ୍ୟନ୍ତ ଅତିରିକ୍ତ ଦାୟିତ୍ଵ ରାଜଭବନ ପକ୍ଷରୁ ପ୍ରଦାନ କରାଯାଇଛି। ସେ ଜଣେ ସୁଦକ୍ଷ ଇଞ୍ଜିନିୟର ସହିତ ଜଣେ ପ୍ରତିଷ୍ଠିତ ଏକାଡେ଼ମୀସିଆନ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ। ତାଙ୍କର ଯୋଗଦାନରେ ବିଶ୍ଵବିଦ୍ୟାଳୟର କାର୍ଯ୍ୟ ଆହୁରି ତ୍ଵରାନ୍ଵିତ ହୋଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।
Sign in
Sign in
Recover your password.
A password will be e-mailed to you.