କେନ୍ଦୁଝର : ଶୁଣିଲାନି ପ୍ରଶାସନ, ସଜାଡ଼ିଲେ ଲୋକେ

2

  ଆଞ୍ଚଳିକ ବିକାଶ ମଞ୍ଚ ତରଫରୁ ଷ୍ଟ୍ରିଟ ଲାଇଟ ମରାମତି କରାଗଲା।               

କେନ୍ଦୁଝର,ତା୨/୯- କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜୁଙ୍ଗା ପଞ୍ଚାୟତ ଛକ ଠାରେ ଥିବା ଷ୍ଟ୍ରିଟ ଲାଇଟ ବହୁ ଦିନ ହେବ ଅଚଳ ହୋଇ ଛକଟି ସଂପୁର୍ଣ୍ଣ ଅନ୍ଧକାର ହେଉ ଥିଲା। ପ୍ରଶାସନକୁ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ଷ୍ଟ୍ରିଟ ଲାଇଟ ମରାମତି ହୋଇପାରିଲା ନାହିଁ। ଏହାର ସୁଯୋଗ ନେଇ ଅଞ୍ଚଳରେ ବାରମ୍ବାର ଚୋରି ହୋଇଥିବାର ଅଭିଯୋଗ ହୁଏ। ଗାଁ’ର ଅନେକ ଗାଈ ଗୋରୁ,ଛେଳି ଚୋରି ହୋଇଥିବାର ଦୃଷ୍ଟିକୁ ନେଇ ଆଞ୍ଚଳିକ ବିକାଶ ମଞ୍ଚର ସଦସ୍ଯ ମାନଙ୍କ ସହଯୋଗରେ ଷ୍ଟ୍ରିଟ ଲାଇଟ ମରାମତି କରିବା ପାଇଁ  ଚେଷ୍ଟାକରି ଆଜି ଆଲୋକିତ କରି ପ୍ରଶଂସିତ ହୋଇଛନ୍ତି। ଆଞ୍ଚଳିକ ବିକାଶ ମଞ୍ଚର ସଦସ୍ଯ ଲକ୍ଷ୍ମୀଧର ମହାନ୍ତ, ହୀରାଲାଲ ମହାନ୍ତ, ଲଛମନ ମହାନ୍ତ, ଅଯୋଧ୍ୟା ଘଣା, ଲକ୍ଷ୍ମୀଧର ମହାନ୍ତ ଓ ଅର୍ଜୁନ ଚରଣ ପଟେଲଙ୍କ ଉଦ୍ୟମରେ ପଞ୍ଚାୟତ ଛକ ଅନ୍ଧାର ମୁକ୍ତ ହୋଇପାରିଛି।ଏଭଳି ସେବାକାର୍ଯ୍ୟ ପାଇଁ ଆଞ୍ଚଳିକ ବିକାଶ ମଞ୍ଚକୁ ଧନ୍ୟବାଦ ପ୍ରଦାନ କରିଛନ୍ତି ଅଞ୍ଚଳବାସୀ ।

Leave A Reply

Your email address will not be published.