ପାଟକୁରା ନିର୍ବାଚନ ମଣ୍ଡଳୀରେ ସଂଗଠନ ସୃଜନ ଅଭିଯାନ ସଭା ଅନୁଷ୍ଠିତ ।

2

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ): ସାରା ଦେଶରେ ଆରମ୍ଭ ହୋଇଥିବା କଂଗ୍ରେସ ଦଳର ସଂଗଠନ ସୃଜନ ଅଭିଯାନ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ନିର୍ବାଚନ ମଣ୍ଡଳୀରେ ଗୋଟେ ବିଶାଳ ସଭା ଅନୁଷ୍ଠିତ ହୋଇଛି । ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ଉପଯୁକ୍ତ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ, ସାରା ରାଜ୍ୟର ୩୦ଟି ସଂଗଠନିକ ଜିଲ୍ଲା ମଧ୍ୟରୁ ବାଲେଶ୍ୱର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା ଓ ମୟୁରଭଞ୍ଜରେ ପର୍ଯ୍ୟବେକ୍ଷକ ମାନେ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛନ୍ତି ।କେନ୍ଦ୍ରାପଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ କର୍ଣ୍ଣାଟକ ପ୍ରଭାରୀ ଏବଂ AICC ସେକ୍ରେଟାରୀ ଶ୍ରୀ ଗୋପୀନାଥ ପଲାନିୟପ୍ପନଙ୍କୁ ଦାୟିତ୍ୱ ଦିଆଯାଇଛି । ତାଙ୍କ ସହ ବିଂଝାରପୁର ବିଧାୟକ ପାର୍ଥିନୀ ଶ୍ରୀମତୀ କନକଲତା ମଲିକ ଓ ଜିଲ୍ଲା କଂଗ୍ରେସ ନେତା ମାନସ କର ଉପସ୍ଥିତ ଥିଲେ ।ଏହି ସଭାକୁ ପାଟକୁରା ଯୁବ କଂଗ୍ରେସ ନେତା ରତିକାନ୍ତ କାନୁନଗୋ ସଂଯୋଜନା କରିଥିଲେ । ସଭାର ଆୟୋଜନ କରାଯାଇଥିଲା କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକର ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ ବଳଭଦ୍ରପୁର ନିକଟସ୍ଥ ସାରଳା ମଣ୍ଡପରେ ସଭାରେ ପାଟକୁରା ନିର୍ବାଚନ ମଣ୍ଡଳୀର ଶତାଧିକ କଂଗ୍ରେସ ପଦାଧିକାରୀ ଓ କର୍ମୀମାନେ ଯୋଗଦେଇ, କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଚୟନ ପ୍ରତି କଥାବାର୍ତ୍ତା ହୋଇଥିଲା ।କଂଗ୍ରେସ କର୍ମୀ ଓ ସମର୍ଥକ ମାନଙ୍କର ମତ, ଆସନ୍ତା ଦିନରେ କେନ୍ଦ୍ରାପଡ଼ାରୁ ଦଳକୁ ସୁଦୃଢ କରି “ପଲ୍ଲୀରୁ ଦିଲ୍ଲୀ” ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସକ୍ଷମ ଓ ନେତୃତ୍ୱଶୀଳ ସଭାପତିଙ୍କୁ ଚୟନ କରାଯିବା ଦଳର ଲକ୍ଷ୍ୟ ।

Leave A Reply

Your email address will not be published.