ସାଲେଭଟା/ବଲାଙ୍ଗୀର,ତା ୨/୯/୨୫ ବଲାଙ୍ଗୀର ଜିଲ୍ଲା ବକଟି ଗ୍ରାମରେ ପର୍ବାସି କୁଟୁମ୍ର ନୂଆଁଖାଇ ଭେଟ୍-୨୦୨୫ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଏହି କୃଷି ଭିତ୍ତିକ ପର୍ବ ନୂଆଁଖାଇର ସାମାଜିକ, ପାରମ୍ପରିକ, ଧାର୍ମିକ ଓ ସାଂସ୍କୃତିକ ମହତ୍ଵ ଓ ତାତ୍ପର୍ଯ୍ୟ ଦିଗ ଉପରେ ଅତିଥିମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପରବାସି କୁଟୁମ୍ର ବାର୍ଷିକ ମୁଖପତ୍ର ‘ସରିଆ’ ଏବଂ କବି ଶ୍ରୀଧର ବାଗ୍ଙ୍କ ଅନୂଦିତ କୋଶଲି ‘ଗୀତଗୋବିନ୍ଦ’ର ଦ୍ୱିତୀୟ ସଂସ୍କରଣ ମୁଖ୍ୟ ଅତିଥି ପଦ୍ମଶ୍ରୀ ଡଃ ହଳଧର ନାଗ, ସମ୍ମାନିତ ଅତିଥି ଭାଷାବିତ ଡଃ ଗୋବର୍ଦ୍ଧନ ସାହୁ, ଡଃ ଦେବାଶିଷ ପଣ୍ଡିଆ, ସୋନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର, ପର୍ବାସି କୁଟୁମ୍ ସଭାପତି ମୁରଲିଧର ପତି ଓ ସମ୍ପାଦକ ସଚ୍ଚିଦାନନ୍ଦ ପଧାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଆମ ସଂସ୍କୃତି ଓ ପରମ୍ପରା ସହିତ ଆମ ପଶ୍ଚିମାଞ୍ଚଳର ଭାଷା ସାହିତ୍ୟର ମଧ୍ୟ ଯଥେଷ୍ଟ ଗୁରୁତ୍ବ ଓ ମୂଲ୍ୟ ରହିଛି, ତେଣୁ ଏସବୁକୁ ସୁରକ୍ଷିତ ଓ ଉଜ୍ଜୀବିତ କରି ରଖିବାକୁ ହେଲେ ଆମ କୋଶଲି/ସମ୍ବଲପୁରୀ ଭାଷାର ମୈ।ଳିକ ଓ ଅନୁବାଦ ସାହିତ୍ୟର ମଧ୍ୟ ଯଥେଷ୍ଟ ଆବଶ୍ୟକତା ରହିଛି । ଏ କ୍ଷେତ୍ରରେ କବି ଶ୍ରୀଧର ବାଗ୍ଙ୍କ ଏହି ପ୍ରୟାସ ବହୁ ପରିମାଣରେ ପ୍ରଶଂସନୀୟ ଅଟେ ବୋଲି ଅତିଥିମାନେ ମତ ପୋଷଣ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୋଶଲି ଗୀତଗୋବିନ୍ଦ ବ୍ୟତୀତ ଶ୍ରୀ ବାଗ୍ ରବୀନ୍ଦ୍ରନାଥ ଠାକୁରଙ୍କ ‘ଗୀତାଞ୍ଜଳି’ ଓ କବି ରମାକାନ୍ତ ରଥଙ୍କ ବହୁ ଚର୍ଚ୍ଚିତ କାବ୍ୟ ‘ଶ୍ରୀରାଧା’କୁ ମଧ୍ୟ ଏହା ପୂର୍ବରୁ କୋଶଲି/ସମ୍ବଲପୁରୀରେ ଅନୁବାଦ କରି ସାରିଛନ୍ତି ।
Sign in
Sign in
Recover your password.
A password will be e-mailed to you.