ଏନଏସି ଘୋଷଣା ପରେ ସୋହେଲାରେ ଅଦିନିଆ ଦୀପାବଳି

0 2

ବିଜେପୁର :-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ସୋହେଲାକୁ ଏନ୍ଏସି ଘୋଷଣା କରିଛନ୍ତି | ଏହା ଜଣାପଡ଼ିବା ପରେ ସୋହେଲାରେ ଆନନ୍ଦର ଲହରି ଖେଳିଯାଇଥିଲା। ସୋହେଲାର ଯୁବଗୋଷ୍ଠୀ ବିଭିନ୍ନ ଛକମାନଙ୍କରେ ବାଣ ଫୁଟାଇ ଖୁସି ମନାଇଥିଲେ। ସୋହେଲାକୁ ଏନ୍‌ଏସି ମାନ୍ୟତା ପ୍ରଦାନ ପାଇଁ ବହୁ ବର୍ଷରୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା ବିଜେପି କ୍ଷମତାକୁ ଆସିବା ପରେ ସ୍ଥାନୀୟ ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ ପ୍ରଚେଷ୍ଟାରେ ଆଜି ତାହା ସମ୍ଭବ ହୋଇଛି। ଏନେଇ ଅଞ୍ଚଳବାସୀ ବିଧାୟକଙ୍କୁକୃତଜ୍ଞତା ଜ୍ଞାପନ କରିଛନ୍ତି। ଅଜି ସନ୍ଧ୍ୟାରେ ବିଧାୟକ ଶ୍ରୀ ଆଚାର୍ଯ୍ୟଙ୍କ ସୋହେଲା ଆଗମନ ଅବସରରେ ଅଞ୍ଚଳବାସୀଙ୍କ ପକ୍ଷରୁ ସମ୍ବଦ୍ଧନା ଜ୍ଞାପନ କରାଯାଇଛି। ସ୍ଥାନୀୟ ଗୌରୀଦେବୀ ଟ୍ରଷ୍ଟ କାର୍ଯ୍ୟାଳୟରେ ଅନୁଷ୍ଠିତ ସମ୍ବଦ୍ଧନା ସମାରୋହରେ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଓ ଗୌରିଆ ଶ୍ରୀମନ୍ତ ଗୋପାଳ ନାୟକ ଅଞ୍ଚଳବାସୀଙ୍କ ପକ୍ଷରୁ ବିଧାୟକ ଶ୍ରୀ ଆଚାର୍ଯ୍ୟଙ୍କୁ ଉତ୍ତରୀୟ ଦେଇ ସମ୍ବଦ୍ଧିତ କରିଥିଲେ। ବିଧାୟକ ତାଙ୍କ ବକ୍ତବ୍ୟରେ ସୋହେଲାବାସୀଙ୍କ ବହୁ ଦିନର ଆଶା ଏବଂ ଆକାଂକ୍ଷା କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଓଡ଼ିଶାର ପ୍ରବେଶଦ୍ବାର ହୋଇଥିବାରୁ ସୋହେଲାର ବିକାଶ ଦ୍ବାରା ରାଜ୍ୟରେ ବିକାଶ ହେବ ଏବଂ ବିକଶିତ ସୋହେଲା ହିଁ ବିକଶିତ ଓଡ଼ିଶାର ପରିପନ୍ଥା ହେବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂଜା କମିଟିର ସମ୍ପାଦକ ପ୍ରମୋଦ ଚନ୍ଦ୍ର ଦେବତା, ଉପସଭାପତି ଗିରଜେଶ ଖାଡ଼ଙ୍ଗା ଓ ବଲବୀର ସିଂ ଠାକୁର, ବରିଷ୍ଠ ନାଗରିକ ନଥୁରାମ ଅଗ୍ରୱାଲ, ଗୋବିନ୍ଦ ସାହୁ, ବିଜେପି ମଣ୍ଡଳ ସଭାପତି ଅଶ୍ବିନୀ ପାତ୍ର, ସଂଜୀବ ଝାଙ୍କର, ଅନିଲ ପଧାନ, ଆକବର ବେଗ, ବୁଲୁ ପରୁଆଙ୍କ ସମେତ ସୋହେଲା ଗ୍ରାମବାସୀ ଉପସ୍ଥିତ ଥିଲେ। ଏହାପରେ ବିଧାୟକଙ୍କୁ ଏକ ଶୋଲାଯାତ୍ରାରେ ନେଇ ସହର ପରିକ୍ରମା କରାଇଥିଲେ | ଶୋଭାଯାତ୍ରାରେ ସୋହେଲାର ବିଭିନ୍ନ ସ୍ଥାନରେ ଦୀପ ଜାଳି ତଥା ବିଧାୟକ ଶ୍ରୀ ଆଚାର୍ଯ୍ୟଙ୍କ ପଦଧୌତ କରି ଗ୍ରାମବାସୀ ସମ୍ବଦ୍ଧିତ କରିଥିଲେ। ଏହି ଅବସରରେ ସୋହେଲାର ବିଭିନ୍ନ ସଂଗଠନ ପକ୍ଷରୁ ବିଧାୟକ ଶ୍ରୀ ଆଚାର୍ଯ୍ୟଙ୍କୁ ମଧ୍ୟ ସମ୍ବଦ୍ଧନା ଦିଆଯାଇଥିଲା ।
ନୂଆ NAC ତାଲିକା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ନିମ୍ନଲିଖିତ ସ୍ଥାନଗୁଡ଼ିକ NAC ଭାବେ ମାନ୍ୟତା ପାଇଛି –

ବଲାଙ୍ଗିର : ଲୋଇସିଙ୍ଘା
ବରଗଡ଼ : ସୋହେଲା
କଟକ : ବଡମ୍ବା, ନରସିଂହପୁର, ସାଲେପୁର
ଢେଙ୍କାନାଳ : ଗୋଣ୍ଡିଆ
ଗଞ୍ଜାମ : ଜଗନ୍ନାଥପ୍ରସାଦ, ପାତ୍ରପୁର
ଯାଜପୁର : ଚନ୍ଦିଖୋଲ
କଳାହାଣ୍ଡି : ନର୍ଲା, ଜୟପାଟଣା
ଖୋର୍ଦ୍ଧା : ଟାଙ୍ଗି
କୋରାପୁଟ : ବୋରିଗୁମ୍ମା
ମୟୂରଭଞ୍ଜ : କପ୍ତିପଦା, ଯଶିପୁର, ରସଗୋବିନ୍ଦପୁର

ମ୍ୟୁନିସିପାଲିଟିକୁ ଉନ୍ନତ NAC

ମୟୂରଭଞ୍ଜ : କରଞ୍ଜିଆ
ବୌଧ : ବୌଧ
ଗଞ୍ଜାମ : ଭଞ୍ଜନଗର, ଅସ୍କା, ଛତ୍ରପୁର, କବିସୂର୍ଯ୍ୟନଗର, ପୋଲସରା
ଏହା ସହିତ ପୁରୀକୁ ମ୍ୟୁନିସିପାଲିଟିରୁ ମ୍ୟୁନିସିପାଲ କର୍ପୋରେସନ୍ ଭାବେ ଘୋଷଣା କରାଯାଇଛି।
ଗତକାଲିର ଏହି ଘୋଷଣା ଓଡ଼ିଶାର ନାଗରିକ ସଂଗଠନକୁ ସୁଦୃଢ଼ କରିବା ସହିତ ସହରଗୁଡ଼ିକର ନିୟୋଜିତ ବିକାଶରେ ନୂତନ ମାର୍ଗ ଖୋଲିଛି। ସୋହେଲା ସହ ୧୬ଟି ନୂଆ ଏନଏସି ଓ ୭ଟି ନୂତନ ମ୍ୟୁନିସିପାଲିଟି ରାଜ୍ୟର ସହରଗୁଡ଼ିକୁ ଆଧୁନିକ ସୁବିଧା ଯୋଗାଇବାର ଆଶାକୁ ବଳୀୟାନ କରିଛି।

Leave A Reply

Your email address will not be published.