ଓଡଗାଁରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

0 2

ରାମ ସାଗରରେ ବୋଟିଂ ବ୍ୟବସ୍ଥା ସହିତ ମ୍ୟୁଜିକ ଫାଉଣ୍ଟେନର ଲୋକାର୍ପଣ

ଓଡଗାଁ,୩୧।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ୨୦୨୫ ଅବସରରେ ପ୍ରାତଃ ରାମଧୁନ ସହିତ ଗାନ୍ଧୀ, ଗୋପବନ୍ଧୁ ଭଳି ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଜାତୀୟ ପତାକା ଉତୋଳନ କରାଯାଇଥିଲା । ଏହା ସହିତ ସରକାରୀ କଲ୍ୟାଣ ମଣ୍ଡପରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅରୁଣ କୁମାର ସାହୁ, ମୁଖ୍ୟବକ୍ତା ଭାବେ ପ୍ରକଳ୍ପ ନିର୍ଦେଶକ ତଥା ଜିଲ୍ଲା ସହରାଞ୍ଚଳ ବିକାଶ ପରିଷଦ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ ତଥା ପ୍ରଶାସକ ବିଜ୍ଞାପିତ ଅଂଚଳ ପରିଷଦ ଅଧିକାରୀ କର୍ଣ୍ଣଦେବ ସମାଦାର, ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ପ୍ରମୁଖ ବିଶେଷ ଅତିଥି ଭାବେ ମଂଚାସୀନ ଥିଲେ ।

କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ସ୍ୱାୟତ୍ତ ଶାସନ ଦିବସ ଅବସରରେ ସ୍ଥାନୀୟ ଅଂଚଳର ସମସ୍ତ ବିକଶିତ ପ୍ରକଳ୍ପ ଓ ପ୍ରସ୍ତାବିତ ଥିବା ଗୋଶାଳା ଓ ଶାମୁକା କ୍ଷେତ୍ରର ଉନ୍ନତି ପ୍ରକଳ୍ପ ସମ୍ପର୍କରେ ବିବରଣୀ ପାଠ କରିବା ସହିତ ଅତିଥି ମାନଙ୍କୁ ସ୍ୱାଗତ କାରିଥିଲେ । ମୁଖ୍ୟ ଅତିଥି ଶ୍ରୀ ସାହୁଙ୍କ ସମେତ ଅତିଥିମାନେ ଏନଏସି ଦ୍ୱାରା ନିର୍ମାଣ କରାଯାଇଥିବା ପ୍ରକଳ୍ପ ଗୁଡ଼ିକର ଦାୟିତ୍ୱ ନେବା ସହିତ ଏହାର ରକ୍ଷଣା ବେକ୍ଷଣ ପୂର୍ବକ ସଫଳତାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କେତେକ ସ୍ଵଛ ସାଥି ଏବଂ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା ।

ମୁଖ୍ୟଅତିଥି ବିଧାୟକ ସାହୁଙ୍କ ସହିତ ଅତିଥିମାନେ ରାମ ସାଗର ପାର୍କ ସନ୍ନିକଟ ରାମ ସାଗରରେ ପ୍ରତିକ୍ଷିତ ନୌଚାଳନା, ପାର୍କର ମ୍ୟୁଜିକାଲ ଫାଉଣ୍ଟେନ ଓ ମାଛ ବଜାରର ଲୋକାର୍ପଣ କରିଥିଲେ । ଅବସର ପ୍ରାପ୍ତ ଶିକ୍ଷକ ପଞ୍ଚାନନ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶିକ୍ଷକ ରଞ୍ଜନ କୁମାର ଦାଶ, ଚିତ୍ତରଞ୍ଜନ ମିଶ୍ର ଶ୍ରୀମୋହନ ମହାପାତ୍ର, ସୂର୍ଯ୍ୟ ପଟନାୟକ,କିରନ ମିଶ୍ର ସହଯୋଗ କରିଥିଲେ।

Leave A Reply

Your email address will not be published.