ସରକାରଙ୍କ ଜନମଙ୍ଗଳକାରୀ ଯୋଜନା ସମ୍ପର୍କିତ ସଚେତନତା ଶିବିର

0 2

ଓଡଗାଁ, ୩୧।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଙ୍ଗଣିପାଟଣା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଓଡ଼ଗାଁ ଅଦାଲତର ତାଲୁକ ଆଇନ ସେବା ଆନୁକୂଲ୍ୟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ସଂଘମିତ୍ରା ଶର୍ମାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମଙ୍ଗଳକାରୀ ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜୁନିଅର ସିଭିଲ ଜଜ୍ ପ୍ରେରଣା ଶ୍ରୀ ଦେଓ, ଗ୍ରାମ ନ୍ୟାୟାଳୟ ନ୍ୟାୟାଧିକାରି ସୈ।ମ୍ୟାଶ୍ରୀ ମହାପାତ୍ର, ବାର ଆସୋସିଏସନ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଉପସଭାପତି ତଥା ଆଡିସନାଲ ପିଟି ଯଜ୍ଞ ନାରାୟଣ ପାତ୍ର, ସମ୍ପାଦକ ବଟକୃଷ୍ଣ ମିଶ୍ର,
ପିପି ଇନ୍ଦୁ ଭୂଷଣ ମିଶ୍ର, ବରିଷ୍ଠ ଅଧିବକ୍ତା ଗୋବିନ୍ଦ ଚନ୍ଦ୍ର ସାହୁ, ଅତିରିକ୍ତ ତହସିଲଦାର ଜି ଶ୍ରୀନୁ, ପବିତ୍ର କୁମାର ସେଠୀ, ରଙ୍ଗଣିପାଟଣା ସରପଞ୍ଚ ସସ୍ମିତା ପାତ୍ର ପ୍ରମୁଖଙ୍କ ସହିତ ବାର ଆସୋସିଏସନର ଅଧିବକ୍ତା ମାନେ ଯୋଗ ଦେଇଥିଲେ । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତା ଏବଂ ସାମାଜିକ ସୁରକ୍ଷା ବାବଦରେ ଆର୍ଥିକ ସହାୟତା ସମ୍ପର୍କିତ ଆଲୋଚନା ହୋଇଥିଲା । ତହସିଲ କାର୍ଯ୍ୟାଳୟରୁ ରେସିଡେନ୍ସ, ଏସିବିସି, ଇନକମ ଏବଂ ଲିଗାଲ ହେୟାର ପ୍ରମାଣପତ୍ର ଯୋଗାଇ ଦେବା ସହିତ ପସ୍କୋ ପିଡିତାଙ୍କୁ କ୍ଷତିପୂରଣ, ଅଜଣା ଗାଡ଼ି ଧକ୍କାରେ ମୃତକ ପରିବାର, ଭିନ୍ନକ୍ଷମ ହୋଇପଡିଥିବା ବ୍ୟକ୍ତି ବିଶେଷଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ଆଇନର ପ୍ରାବଧାନ ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିସହିତ ହିତାଧିକାରୀଙ୍କ ନିମନ୍ତେ ରହିଥିବା ଯୋଜନା ଗୁଡିକ ଓଡ଼ିଆ ଭାଷାରେ ଲିଫଲେଟ ପ୍ରସ୍ତୁତ କରି ବଣ୍ଟନ କରିବା ପାଇଁ ଏଡିଜେ କହିଥିଲେ ।

Leave A Reply

Your email address will not be published.