ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ନିଖିଳ ଭାରତ ସ୍ୱାୟତ୍ତଶାସନ ଦିବସ ପାଳନ ଅବସରରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଦିବସବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଆଜି ଭୋର୍ ପାଞ୍ଚ ଘଣ୍ଟା ତିରିଶି ମିନିଟ୍ ସମୟରେ ରାମଧୂନ୍ ଗାନ କରାଯିବା ସହ ପୂର୍ବାହ୍ଣ ଆଠ ଘଣ୍ଟା ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରାଙ୍ଗଣରେ ଜାତୀୟ ପତାକା କୁ ନଗରପାଳ ଫିରୋଜ ସେଠି ଉତ୍ତୋଳନ କରିଥିଲେ l ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ, ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯିବା ପରେ ପୂର୍ବାହ୍ଣ ନଅ ଘଣ୍ଟା ତିରିଶି ମିନିଟ୍ ସମୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହାପରେ ଦଶ ଘଣ୍ଟା ତିରିଶି ମିନିଟ୍ ସମୟରେ ବେଲଗୁଣ୍ଠା ଜ୍ଞାନଦେବୀ ଉଦ୍ୟାନ ପରିସରରେ ଏକ ସାଧାରଣ ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସୋରଡା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ବେଲଗୁଣ୍ଠା ସହରରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଚେଷ୍ଟା କରିବି ବୋଲି ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ନଗରପାଳ ଫିରୋଜ ସେଠୀ, ନିର୍ବାହି ଅଧିକାରୀ ବନମାଳୀ ଶତପଥି, ବେଲଗୁଣ୍ଠା ନଗରର ଆସିକା ସାଂସଦ ପ୍ରତିନିଧି ନାରାୟଣ ସାହୁ, ସୋରଡା ନିର୍ବାଚନ ମଣ୍ଡଳୀ ଯୁବ ସଂଗଠକ ଜିତେନ୍ଦ୍ର କୁମାର ନାୟକ,ବେଲଗୁଣ୍ଠା ବ୍ଳକ୍ ସାଂସଦ ପ୍ରତିନିଧି ରଞ୍ଜନ ରାଉତ, ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ମଙ୍ଗଳପୁର ଗ୍ରାମର ସନ୍ତୋଷ ନାୟକଙ୍କ ସମେତ କାଉନସିଲର୍ ଭାସ୍କର ପାତ୍ର, ଦିବ୍ୟ ରଞ୍ଜନ ଦାସ, ଲୀଜା ବେହେରା, ସୁଜ୍ୟୋତି ସୁବୁଦ୍ଧି,ପ୍ରିୟମ୍ୱଦା ସାମଲ, ବିଶ୍ଵନାଥ ଦଳାଇ,ପ୍ରଦୀପ ସେଠୀ, ପ୍ରଗତି ପାତ୍ର,ଦିଲ୍ଲୀପ୍ ଆଚାରୀ,ପ୍ରତିମା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ I ପୂର୍ବତନ ସାଂସଦ ପ୍ରତିନିଧି ସତ୍ୟନାରାୟଣ ମହାପାତ୍ର, ଓଏଏସ୍ ସନ୍ତୋଷ କୁମାର ନାୟକ,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ତଥା ସମସ୍ତ ସଦସ୍ୟ,ବଣିକ ସଂଘଙ୍କୁ ବିଧାୟକଙ୍କ ଦ୍ୱାରା ଉପଢ଼ୌକନ ଏବଂ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା I ଏହା ସହ ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା I ବେଲଗୁଣ୍ଠାରେ ଟୟ ଟ୍ରେନ୍,ବୋଟିଂ ଏବଂ ବସ୍ ଷ୍ଟାଣ୍ଡ ପାଇଁ କାଉନସିଲର୍ ଦିଲ୍ଲିପ୍ ଆଚାରୀ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ I ବିଧାୟକ ଶ୍ରୀ ବିଷୋୟୀ ବେଲଗୁଣ୍ଠାରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ପର୍ଯ୍ୟାୟ କ୍ରମେ ସମାଧାନ କରାଯିବ ବୋଲି ପ୍ରତିଶୃ୍ତି ଦେଇଥିଲେ I ବିଧାୟକ ଶ୍ରୀ ବିଷୋୟୀ ପ୍ରଥମେ ଅଭିଭାଷଣରେ ବେଲଗୁଣ୍ଠାର ସ୍ଵଚ୍ଛତା ପାଇଁ ସଫେଇ କର୍ମଚାରୀଙ୍କୁ ସାଧୁବାଦ ଜଣାଇବା ସହିତ ଅଧିକ ସ୍ଵଚ୍ଛତା ଉପରେ ଗୁରୁତ୍ୱ ଦେବା ପାଇଁ ସେମାନଙ୍କୁ ପରାମର୍ଶ ଦେଇଥିଲେ I କୁମାରଶୁଣି ପାହାଡରେ ପର୍ଯ୍ୟଟନସ୍ଥଳୀ ନିର୍ମାଣ ପାଇଁ ସେ ବିଭିନ୍ନ ବିଭାଗ ସହିତ ଆଲୋଚନା କରିଥିବା ପ୍ରକାଶ କରିବା ସହ ବେଲଗୁଣ୍ଠାକୁ ରାଜ୍ୟର ଏକ ଅଗ୍ରଣୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଗଢ଼ି ତୋଳିବା ପାଇଁ ସେ ପ୍ରୟାସ କରୁ୍ଥିବା କଥା ପ୍ରକାଶ କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟକ୍ତି ବିଶେଷ, ପୂର୍ବତନ ନଗରପାଳ, ପୂର୍ବତନ କାଉନସିଲର୍,ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବହୁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଯୋଗ ଦେଇଥିଲେ I ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ସେମାନଙ୍କୁ ବିଧାୟକଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l
Sign in
Sign in
Recover your password.
A password will be e-mailed to you.
Next Post