ଭୋଇପଡା ବାସିନ୍ଦା ମନୋଜ ଭୁଏ ବିରୋଧରେ NAC ଆସିସ୍ଟାଣ୍ଟ ଇଞ୍ଜିନିୟର ଅଜୟ କୁମାର ପାତ୍ରଙ୍କ ଅଭିଯୋଗ

0 2

ବିଜେପୁର :-ଆସିଷ୍ଟାଣ୍ଟ ଇଂଜିନିୟର ଅଜୟ କୁମାର ପାତ୍ରଙ୍କ ଅଭିଯୋଗ ଅନୁସାରେ ଆଜି (ତାରିଖ ୩୧ ଅଗଷ୍ଟ ୨୦୨୫,) ବିଜେପୁର NAC ଅଫିସକୁ ଦିନ ୨ଟା ବେଳେ ଭୋଇପଡାର ମନୋଜ ଭୁଏ ନାମକ ଜଣେ ବ୍ୟକ୍ତି ଆସି NAC ଅଫିସର ରଙ୍ଗ ଚିତ୍ରଣ କାମ ସମ୍ପର୍କରେ ବିଲ୍ ମାଗିଥିଲେ। ଅସିସ୍ଟାଣ୍ଟ ଇଞ୍ଜିନିୟର ଅଜୟ କୁମାର ପତ୍ର, ଏହି କାମ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନଥିବାରୁ ବିଲ୍ ପ୍ରସ୍ତୁତ କରିବା ପାଇଁ ଅସ୍ୱୀକାର କରିଥିଲେ। ଏହା ଫଳରେ ମନୋଜ ଭୁଏ ଅସିସ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଅପମାନଜନକ ଭାଷା ବ୍ୟବହାର କରି ଗାଳି ଗୁଲଜ କରିଥିଲେ। ଏହାଛଡା ସେ ଜୀବନରୁ ମାରି ଦେବା ଦମକ ମଧ୍ୟ ଦେଇଥିଲେ ବୋଲି ଆସିଷ୍ଟାଣ୍ଟ ଇଂଜିନିୟର ଅଜୟ କୁମାର ପାତ୍ର ବିଜେପୁର ଥାନା ରେ ଅଭିଯୋଗ କରିଛନ୍ତି।
ଏହି ଘଟଣା ପରେ, ଅସିସ୍ଟାଣ୍ଟ ଇଞ୍ଜିନିୟର ଅଜୟ କୁମାର ପାତ୍ର, ବିଜେପୁର ଥାନାରେ ମନୋଜ ଭୁଏ ଙ୍କ ବିରୋଧରେ ଏଫ୍‌ଆଇଆର ଦାଖଲ କରିଛନ୍ତି। ମନୋଜ ଭୂଏ ଙ୍କ ବିରୁଦ୍ଧରେ ବିଜେପୁର ଥାନା ରେ ଭାରତୀୟ ନ୍ୟାୟ ସଂହିତା ର ଧାରା 296, 132, ଓ 351 (2) ଅନୁସାରେ କେସ ନମ୍ବର 188 ରେଜିଷ୍ଟର କରାଯାଇଛି l

Leave A Reply

Your email address will not be published.