2000 ଲିଟର ଚୋରା ଦେଶୀମଦ ସହିତ ମହିନ୍ଦ୍ରା ପିକପ୍ ଜବତ

0 2

ବାଲେଶ୍ଵର ଖଇରା ବୁଲୁ ଲେଙ୍କା 30/08/2025 ବାଲେଶ୍ଵର ଜିଲ୍ଲା ସୋର ଥାନା ନିକଟସ୍ଥ ଫଟା ଅର୍ଜୁନ ଛକ ନିକଟରୁ ସୋର ଅବକାରୀ ବିଭାଗ ଚଢ଼ାଉ କରି ଏକ OR-01-N-1943 ମାହିନ୍ଦ୍ରା ପିକପ ଭ୍ୟାନ ସହିତ ଭ୍ୟାନ ରେ ଥିବା 2000ହଜାର ଲିଟର ଚୋରା ଦେଶୀ ମଦ ଜବତ କରିଛି ଜବତ କରିବା ସହିତ ଜଣକୁ ଗିରଫ କରି PRNO 138/25-26 ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ।ଗିରଫ ଯୁବକ ଜଣକ ହେଲେ ପୂର୍ଣ୍ଣ ଚନ୍ଦ୍ର ସିଂ ପିତା ରୁହିୟା ସିଂ ଗ୍ରାମ ବିଟୁ ସାହି ନୀଳଗିରି ଥାନା ଅଂଚଳର ବୋଲି ଜଣାପଡିଛି ।ଏହି ଚଢ଼ାଉରେ ସୋର ଅବକାରୀ ବିଭାଗର O.I.C ସୁରଜ କୁମାର ଟିଗା ,A.S.I ବସନ୍ତ କୁମାର ବାରିକ, କନେଷ୍ଟବଳ ଶଶିକୁମାର ସାହୁ,ମହିଳା କନେଷ୍ଟବଳ କାଜଲ ପ୍ରିୟଦର୍ଶିନୀ ସାମିଲ ଥିଲେ

Leave A Reply

Your email address will not be published.