ରାଜଗାଙ୍ଗପୁର 31/8/25: ରାଜଗାଙ୍ଗପୁର ପୌରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ମହା ଆଡମ୍ବର ସହ ପାଳନ କରାଯାଇ ଥିଲା l ଏହି ଅବସର ରେ ପ୍ରାତଃ କାଳ ରେ ରାମ ଧୁନ ସଂଗୀତ ଗାନ କରି ସହର ପରିକ୍ରମା କରା ଯାଇ ଥିଲା l ରାଜଗାଙ୍ଗପୁର ପୁର ସହର ମଧ୍ୟରେ ସ୍ଥାପିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୌର ପାଳିକା ଅଧକ୍ଷା ମାଧୁରୀ ଲୁଗୁନ ଙ୍କ ନେତୃତ୍ୱ ରେ ପୁଷ୍ପ ମାଲ୍ୟ ଅର୍ପଣ କରା ଯାଇ ଥିଲା l କାର୍ଯ୍ୟାଳୟ ପରିସରରେ ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟକ ଡକ୍ଟର ସି ଏସ ରାଜନ ଏକ୍କା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଥିଲେ l ସଭା ସ୍ଥଳ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ର ଦିବସ ଉତ୍ସବ ପାଳନ ର ଏଲ ଇ ଡି ଟିଭି ମାଧ୍ୟମରେ ପରିଦର୍ଶିତ କରା ଯାଇ ଥିଲା l ଆୟୋଜିତ ସଭା ସ୍ଥଳ ରେ ସମ୍ମାନିୟ ଅତିଥି ଭାବେ ପୌର ଅଧକ୍ଷା ମାଧୁରୀ ଲୁଗୁନ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ କିରଣ ବେହେରା ପୌର ଉପାଧ୍ୟକ୍ଷଏମ ଡି ଇଫାନ, ବିଜେପି ମଣ୍ଡଳ ସଭାପତି ରାଜନ ଶୋନୀ, ପୌର ପାଳିକା କାଉନସିଲର
କୁଶଳ ସିଂ କଂଗ୍ରେସ ଟାଉନ ସଭାପତି ଦେବ ଚରଣ ବିନୋଦ ବିଧାୟକ ପ୍ରତିନିଥି ଅରୁଣ ସାମଲ, କାଉନ ସିଲର ପି ଭି କେ କୋୟା ମଂଚାସୀନ ଥିଲା ବେଳେ ପୌର ପାଳିକା ର କର୍ତ୍ତବ୍ୟ ପୌର ପାଳିକା ସହର ବାସୀ ଙ୍କ ସେବା କରିବା ତାର ମୁଖ୍ୟ କର୍ତ୍ତବ୍ୟ ଆସ ସମସ୍ତେ ମିଳିତ ହୋଇ ସହରକୁ
କୁ ସୁନ୍ଦର ଭାବେ ଗଠନ କରିବା ପାଇଁ ମତ ବ୍ୟକ୍ତ କରି ଥିଲେ ପୌର ପାଳିକା ର ବିଜୁଳି ଉପକରଣ ପାଇଁ ସ୍ଥାନୀୟ ବିଧାୟକ ଙ୍କୁ ଅର୍ଥ ସାହାର୍ଯ୍ୟ ପାଇଁ ପୌର ଅଧକ୍ଷା ମାଧୁରୀ ଲୁଗୁନ ଅନୁରୋଧ କରିବା ପରେ ଆଜି ବିଧାୟକ ନିଜ ଫଣ୍ଡ ରୁ 6ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ l ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟକ ଡାକ୍ତର ସି ଏସ ରାଜନ ଏକ୍କା ଏବଂ ସମ୍ମାନିୟ ଅତିଥି ଙ୍କ ଦ୍ଵାରା ଗଠନ ମୂଳକ କାର୍ଯ୍ୟରେ ସଫଳତା ହାସଲ କରିଥିବା କର୍ମଚାରୀଙ୍କୁ ମାନ ପତ୍ର ଦେବା ସହ ସମ୍ମାନୀତ କରା ଯାଇ ଥିଲା l ଅତିଥି ମାନଙ୍କ ଦ୍ଵାରା ରାଜଗାଙ୍ଗପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସାତ ରୋଗୀ ଙ୍କୁ ଫଳ ବଣ୍ଟନ କରି ଥିଲେ l
Sign in
Sign in
Recover your password.
A password will be e-mailed to you.