ଜିଲ୍ଲାପାଳ, ରାୟଗଡ଼ଙ୍କ ଗୁଣପୁର ଗସ୍ତ ।

0 2

ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ, ନୂଆ କୋଠା ଶୀଘ୍ର ସାରିବାକୁ କଲେ ତାଗିଦ ।


ଗୁଣପୁର ତା:୩୦-୦୮-୨୦୨୫ରିଖ ଦିନ ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଗୁଣପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଗୁଣପୁର ପୌର କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟାଳୟର କାର୍ଯ୍ୟ ସମୀକ୍ଷା କରିବା ସହ ସହରର ପରିଛନତା, ଡ୍ରେନେଜ ସମସ୍ୟା ଗୁଡିକୁ ଧ୍ୟାନ ଦେବାପାଇଁ ପରାମର୍ଶ ଦେଇଥିଲେ । ଉପଖଣ୍ଡ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ ବୁଲି ଦେଖିଥିଲେ । ଛାତ କାର୍ଯ୍ୟ ସରିବା ପରେ ଭିତର କାର୍ଯ୍ୟ ତୁରନ୍ତ ଶେଷ କରିବାକୁ କୋଠାବାଡ଼ି ଯନ୍ତ୍ରୀଙ୍କ ସହ ଠିକାଦାରଙ୍କୁ ତାଗିଦ କରିଥିଲେ । ଚିକିତ୍ସାଳୟ ବୁଲି ରୋଗୀଙ୍କ ସହ ସେମାନଙ୍କ ଆନୁସଙ୍ଗିକ ବ୍ୟବସ୍ଥା, ଖାଇବା, ମେଡ଼ିସିନ ଠିକ ସମୟରେ ପାଉଛନ୍ତି ନା ନାହିଁ ଆଦି ବିଷୟରେ ପଚାରି ବୁଝି ଥିଲେ । ରୋଗୀଙ୍କୁ ଠିକ ଚିକିତ୍ସା, ଉତ୍ତମ ବ୍ୟବହାର କରିବାକୁ ଡାକ୍ତର ମାନଙ୍କୁ ପରାମର୍ଶ ଦେଇଥିଲେ । ପରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଯାଇ ବିଭିନ୍ନ ଉନ୍ନୟନ କାର୍ଯ୍ୟଆଦିର ସମୀକ୍ଷା କରିଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଳ ଅଭିଷେକ ଦୀଲିପ, ଭାରପ୍ରାପ୍ତ ଅଧିକ୍ଷକ ପ୍ରଦୀପ କୁମାର ପଣ୍ଡା, ରାସ୍ତା ଓ କୋଠାବାଡ଼ି ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି

Leave A Reply

Your email address will not be published.