ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ତା:୩୦-୦୮-୨୦୨୫ ରିଖ ଦିନ ଗୁଣପୁର ପୌର ପରିଷଦ ତରଫରୁ ପଥ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସ୍ୱାୟତ ଶାସନ ଦିବସ ଅବସରରେ ସପ୍ତାହେ ବ୍ୟାପି କାର୍ଯ୍ୟକ୍ରମରେ ଆଜି ପଥ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ବକୃତା, ପ୍ରବନ୍ଧ, କ୍ରିକେଟ ଖେଳ, ଭଳିବଲ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆଜିର ପଥ ଉତ୍ସବକୁ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଳ ଅଭିଷେକ ଦିଲିପ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଥିଲେ । ଗୁଣପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୌର ଅଧ୍ୟକ୍ଷା ମମତା ଗୌଡ଼ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଯୋଗ ଦେଇଥିଲେ । ନୂଆ ବସଷ୍ଟାଣ୍ଡ ଠାରୁ ବାଇପାସ ମଧ୍ୟରେ ତିନୋଟି ମଞ୍ଚରେ ଲୋକନୃତ୍ୟ, ଓଡିଶୀ ନୃତ୍ୟ, ପାରମ୍ପରିକ ନୃତ୍ୟ, କରାଟେ ପ୍ରଦର୍ଶନ ଆଦି ସହ ମୁଖ୍ୟ ରାସ୍ତା ଉପରେ ମହିଳା ମାନଙ୍କ ବିଭିନ୍ନ ଝୋଟି କାର୍ଯ୍ୟକ୍ରମକୁ ସୁନ୍ଦର କରିଥିଲା । ଲୋକଙ୍କ ମଧ୍ୟରେ ଭାଇଚାର ସୃଷ୍ଟି କରିବା ଓ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ପଥ ଉତ୍ସବ ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ସ୍ୱାୟତ ଶାସନ ଦିବସ ଅର୍ଥାତ ୩୧-୦୮-୨୦୨୫ତାରିଖ ଦିନ ପୌର କାର୍ଯ୍ୟଳୟ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟମରର ପୁରସ୍କାର ବିତରଣ, ସାଧାରଣ ସଭା ଅନୁଷ୍ଠିତ ହେବ ଓ ସମସ୍ତେ ଉପସ୍ଥିତ ରହିବାପାଇଁ ଅଧ୍ୟକ୍ଷା, ଉପାଧ୍ୟକ୍ଷ,ନିର୍ବାହୀ ଅଧିକାରୀ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ୱାର୍ଡର କାଉନସିଲର, ବରିଷ୍ଠ ନାଗରିକ, ସାମ୍ବାଦିକ, ବୁଦ୍ଧିଜୀବୀ, ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ପୌର କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କ ସମେତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।