ବାଣପୁର:(ସେକ୍ କୌସର):ସମ୍ବବ୍ୟ ବାତ୍ୟା କୁ ଦୁଷ୍ଟିରେ ରଖି ଲୋକଙ୍କ ସହାୟତା ପାଇଁ ଆଗେଇ ଆସିଛି ବାଣପୁର ବ୍ଲକ ଗାଲୁଆ ପଞ୍ଚାୟତ l ବାତ୍ୟା ମୁକାବିଲା ଓ ଜନସାଧାରଣ ଙ୍କୁ ସୁରକ୍ଷାକୁ ପ୍ରଥମିକତା ଦେଇ ପଞ୍ଚାୟତ ପକ୍ଷରୁ ବ୍ୟାପକ ସହାୟତା କରାଯାଇଛି l ଗୁରୁବାର ସନ୍ଦ୍ୟା ସମୟ ରେ 100ରୁ ଊର୍ଦ୍ଧ୍ୱ କୁଡ଼ିଆ କରି ରହୁଥିବା ଶ୍ରମିକ ଓ ଅସହାୟ ଲୋକଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ଆଶ୍ରୟସ୍ଥଳୀରେ କପିଳ ସରକାରୀ ଉଚ ବିଦ୍ୟାଳୟ ରେ ରଖାଯାଇଛି। ଲୋକଙ୍କୁ ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି। ସକାଳୁ ସି ଏର୍ ସିସି ସମେତ ଅନ୍ୟ ସମସ୍ତ ସରକାରୀ କର୍ମଚାରୀ ମାନେ ମଧ୍ୟ ସହଯୋଗ ରେ ଆଶ୍ରୟସ୍ଥଳୀରେ ପହଞ୍ଚି ସମସ୍ତ ବ୍ୟବସ୍ଥାର ତଦାରଖ କରିବା ସହ ନିଜେ ଲୋକଙ୍କୁ ଖାଦ୍ୟ ପରିବେଷଣ କରିଛନ୍ତି। ଅପରାହ୍ନରେ ସ୍ଥାନୀୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମହୋଦୟ ବାତ୍ୟା ଆଶ୍ରୟସ୍ଥଳୀରେ ଯୋଗ ଦେଇ ଲୋକ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସବୁ ସମସ୍ୟାର ସମାଧାନ କରିଥିଲେ।