ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ୮୪ ଘର ଅଘ୍ରିଆ ସମାଜ ଟ୍ରଷ୍ଟ ତରଫରୁ ଏକ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ କନ୍ଧପାଲି ସ୍ଥିତ ଅଘରିଆ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ସମାଜର ସଭାପତି ଶୁଭ୍ରାଂଶୁ ଶେଖର ପଟେଲଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଏସ. ପି. ସିକୁରିଟି ନରେଶ କୁମାର ପଟେଲ । ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଡାକ୍ତର ତଥା ଭୂମିଦାତା ଲୋକେଶ୍ୱର ସାଏ ଯୋଗଦେଇ ସମ୍ବର୍ଦ୍ଧିତ ଡାକ୍ତରଙ୍କୁ ସେବା କରିବାର ଧାରା ଉପରେ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟଅତିଥି ସେବା ଓ କର୍ତ୍ତବ୍ୟକୁ ଠିକ୍ ଭାବରେ ବିନିଯୋଗ କଲେ ରୋଗୀଙ୍କ ଦୁଃଖ ଅଧା ମିଠା କଥାରେ ଆରୋଗ୍ୟ ହୁଅନ୍ତି ବୋଲି ବକ୍ତବ୍ୟ ରଖିଥିଲେ । ସଭାପତି ଶୁଭ୍ରାଂଶୁ ଶେଖର ପଟେଲ ସମାଜ ସହିତ ଓତଃପ୍ରୋତ ଭାବେ ଜଡ଼ିତ ହୋଇ ସମାଜକୁ ଆଗକୁ ନେବାକୁ ସହଯୋଗ କରିବା ନେଇ ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ଆହ୍ବାନ କରିଥିଲେ । ଏ ବର୍ଷ ସ୍ବାଧୀନତା ଦିବସରେ ମୁଖ୍ୟଅତିଥି ରାଷ୍ଟ୍ରପତି ପଦକ ପାଇଥିବାରୁ ସମାଜର ଗର୍ବ ଓ ଗୌରବ ଯୋଗୁଁ ବଲାଙ୍ଗିର ଜିଲ୍ଲା ଅଘରିଆ ସମାଜ ମାନପତ୍ର, ଉତ୍ତରୀୟ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାକାର୍ଯ୍ୟକୁ ପରିଚାଳନା ଓ ସଂଯୋଜନା କରିଥିଲେ ସାଧାରଣ ସମ୍ପାଦକ ଦିଗାମ୍ବର ନାଏକ। ଯୁବାମଞ୍ଚ ସଭାପତି ପ୍ରମୋଦ କୁମାର ପଟେଲ, ପୁସ୍ତକ କମିଟି ମୁଖ୍ୟ ସନ୍ତୋଷ କୁମାର ରାଉତ , ବିବେକାନନ୍ଦ ପଟେଲ ଭକ୍ତ ଚରଣ ନାଏକ , ଶିବାନନ୍ଦ ସାଏ, ମନୋଜ କୁମାର ନାଏକ , ରାଜକିଶୋର ପଟେଲ ଓ ଭକ୍ତରାମ ପଟେଲ ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ସମ୍ମାନିତ କରିବାରେ ସହଯୋଗ କରିଥିଲେ । ଯୁବାମଞ୍ଚର ସମସ୍ତ ସଭ୍ୟ , ଉପଦେଷ୍ଟା ମଣ୍ଡଳୀ, ଚାରି ମଣ୍ଡଳ ସଭାପତି ଓ କର୍ମକର୍ତ୍ତା, ଅଠର ଗୁଡ଼ି ସଭାପତି ଓ କର୍ମକର୍ତ୍ତା, କେନ୍ଦ୍ର କମିଟି, ମହିଳା ମଞ୍ଚ, କୃଷକ ମଞ୍ଚ, ଶିକ୍ଷା କମିଟି, ,ନିର୍ମାଣ କମିଟି ର ସଭ୍ୟ ସଭ୍ୟା ସହଯୋଗ କରିଥିଲେ । ଶେଷରେ ଉପ ସଭାନେତ୍ରୀ ଲିଲି ପଟେଲ ଉପସ୍ଥିତ ସଭାସଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମାଜର ଏତାଦୃଶ କାର୍ଯ୍ୟକଳାପକୁ ସମସ୍ତେ ପ୍ରଶଂସା କରୁଛନ୍ତି ।
Sign in
Sign in
Recover your password.
A password will be e-mailed to you.