ପୁରୀ ୨୯/୮: ଜାତୀୟ କ୍ରିଡା ଦିବସ ଓ ପୁରୀ ପୌରପାଳିକା ର ସ୍ବାୟତ ଶାସନ ଦିବସ ପାଳନ ଅବସରରେ ଆୟୋଜିତ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚରେ ପ୍ରଶାସନ ଏକାଦଶ ବିଜୟୀ ହୋଇଛି । ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଆୟୋଜିତ ଏହି ମ୍ୟାଚ ପ୍ରଶାସନ ଏକାଦଶ ଓ ପୌରପାଳିକା ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ପ୍ରଥମେ ବ୍ୟାଟିଂ କରି ଜିଲ୍ଲା ପ୍ରଶାସନ ୫ ୱ୍ବିକେଟ ହରାଇ ୧୨୫ ରନ କରିଥିଲେ।ଏହାକୁ ପିଛା କରି ପୌର ଏକାଦଶ ୮୯ ରନରେ ସମସ୍ତ ୱ୍ବିକେଟ ହରାଇ ଥିଲେ। ଏଥିରେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା ୩୧ରନ କରିବା ସହ ୨ଟି ଷ୍ଟମ୍ପିଂ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ଗୋପାଳ ଗୁରୁ ୨୯ରନ କରି ଥିବା ବେଳେ ସନ୍ତୋଷ ବରାଳ ୩ଟି ୱ୍ବିକେଟ ନେଇଥିଲେ। ପୌର ପାଳିକା ଏକାଦଶ ପକ୍ଷରୁ ରଜନୀକାନ୍ତ ମଙ୍ଗରାଜ ୨୬ରନ କରିବା ସହ ୨ଟି ୱ୍ବିକେଟ ନେଇ ଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଜିଲ୍ଲା ପ୍ରଶାସନ ଏକାଦଶର ନେତୃତ୍ବ ନେଇଥିବା ବେଳେ ପୌରପାଳିକା ଏକାଦଶ ର ନେତୃତ୍ବ ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ନେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ, ସହକାରୀ ଜିଲ୍ଲାପାଳ କୃଷ୍ଣ ଚନ୍ଦ୍ର ମହାପାତ୍ର, ତନ୍ମୟ ଦାସ , ଅନ୍ୟାନ୍ୟ ଅଧିକାରୀ ଓ ପୌର ପାଳିକା କର୍ମଚାରୀ ମାନେ ଯୋଗ ଦେଇଥିଲେ । ବିଜେତା ଓ ଉପ ବିଜେତା ଦଳକୁ ସ୍ବାୟତ ଶାସନ ଦିବସ ରେ ଟାଉନ ହଲ ଠାରେ ପୁରସ୍କୃତ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post