ପବିତ୍ର ନୂଆଁଖାଇ ପର୍ବ ମଧ୍ୟରେ ବେଲୁନ ବିକାଳୀଙ୍କ ପବିତ୍ର ବିବାହ ସମ୍ପନ୍ନ

0

ବଲାଙ୍ଗୀର, ଶାସକ ପ୍ରଶାସକ (ଘନଶ୍ୟାମ ନାଗ):- ନୂଆଁଖାଇ ପର୍ବ ପାଳନ କରିସାରିବା ପରେ ଶୁକ୍ରବାର ସକାଳ ୯ଟା ସମୟରେ ଛତିଶଗଡ ରାଜ୍ୟ ଭିଳାଇ ସହରରୁ ଆସି ବୁଲି ବୁଲି ବେଲୁନ ବିକ୍ରୟ କରୁଥିବା ଦୁଇ ପରିବାରଙ୍କ ସହମତିରେ ଶଙ୍କର ଧାରୁ ସହିତ ପାୟଲ ବୈରାଗୀ ଦାସଙ୍କ ବିବାହ କଣ୍ଟାବାଞ୍ଜି ସାପ୍ତାହିକ ବଜାର ହନୁମାନ ମନ୍ଦିର ସାମ୍ନାରେ ସମ୍ପନ୍ନ ହୋଇଛି। ବିବାହ ସମ୍ପନ୍ନ ହେବା ପରେ ପରିବାର ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା ଏବଂ ସେମାନେ ଅତ୍ୟଧିକ ଆନନ୍ଦିତ ହୋଇ ମିଷ୍ଟାନ୍ନ ବଣ୍ଟନ କରି ଧୁମ୍ ଧାମର ସହିତ ଉପଭୋଗ କରିଥିଲେ। ଏହି ଗରିବ ପାରିବାରର ବିବାହ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ଜନତା ପାୱାର ନିଉଜ୍ ଚେନାଲ୍ ର ସମ୍ପାଦକ ଶିବଶଙ୍କର ବାଗ ବେଶ୍ ସହଯୋଗ କରିଥିଲେ। ବାଗଙ୍କ ଏଭଳି ସାମାଜିକ କାର୍ଯ୍ୟରେ ସହଯୋଗକୁ ସ୍ଥାନୀୟ ଅଂଚଳରେ ପ୍ରଶଂସା କରାଯାଉଅଛି। ଏହି ବିବାହ କେବଳ ଦୁଇ ପରିବାରକୁ ଏକତ୍ରିତ କରିଅଛି ତାହା ନୁହେଁ ଏହା ସମାଜକୁ ସମାନତା, ଏକତା, ସରଳତା, ବିଶ୍ୱସ୍ତତା ପବିତ୍ର ବନ୍ଧନର ବାର୍ତ୍ତା ମଧ୍ୟ ପ୍ରେରଣ କରିଅଛି। ଏହିଭଳି ଅଭିନବ ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା ଏବଂ ସମସ୍ତେ ସେମାନଙ୍କ ଦାମ୍ପତ୍ୟ ଜୀବନ ମଙ୍ଗଳମୟ ହେବା ନିମନ୍ତେ ଆର୍ଶୀବାଦ କରିଥିଲେ।

Leave A Reply

Your email address will not be published.