କେନ୍ଦୁଝର କ୍ରୀଡ଼ା ସଂସଦ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ପାଳିତ।

0

 କ୍ରୀଡ଼ାବିତ ମାନେ ହକି ଯାଦୁକର ଧ୍ୟାନଚାନ୍ଦଙ୍କୁ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ।   

କେନ୍ଦୁଝର,ତା୨୯/୮- ଆଜି ଥିଲା ଜାତୀୟ କ୍ରୀଡ଼ା ଦିବସ ପ୍ରତିବର୍ଷ ଅଗଷ୍ଟ ୨୯ତାରିଖ ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନଦିନରେ ଏହାକୁ ପାଳନ କରା ଯାଉଛି। ଖେଳ ପ୍ରତି ଆକର୍ଷଣ ବଢେଇବା ଯୁବ ପୀଢ଼ି ସ୍ୱାସ୍ଥ୍ୟବାନ ରୁହନ୍ତୁ ଆଜି ଦିବସରେ ଆଭିମୁଖ୍ୟ। ଧ୍ୟାନଚାନ୍ଦ ନିଜ ସ୍ୱୟୀ ପ୍ରତିଭା ବଳରେ ବିଶ୍ୱକୁ ଚକିତ କରି ଭାରତ ଲାଗି ଅଲିମ୍ପିକ ଖେଳରେ ହକି ପାଇଁ ଲଗାତର ସ୍ଵର୍ଣ୍ଣ ପଦକ ଜିତି ଚାଲିଥିଲେ। ତାଙ୍କର ହକି ବାଡ଼ି ସେତେବେଳେ ଚୁମ୍ବକ ଅଛି ବୋଲି ଯାଞ୍ଚ ହୋଇଥିଲା ଯାହା ବିଶ୍ୱରେ ଚହଳ ସୃଷ୍ଟି କରିଥିଲା। ହକି ଖେଳକୁ ସେ ଶୀର୍ଷ ସ୍ତରକୁ ନେଇ ଲୋକପ୍ରିୟତାର ଶିଖରରେ ପହଞ୍ଚାଇ ଥିଲେ। ଆଜି ଯାଏ ଏହି କିମ୍ବଦନ୍ତୀ ହକି ତାରକା ସମସ୍ତଙ୍କ ପ୍ରେରଣାର ଉତ୍ସ ହୋଇ ଅଛନ୍ତି। ତାଙ୍କର ଜନ୍ମ ଦିନକୁ ତେଣୁ ଖେଳ ପ୍ରତି ଉତ୍ସର୍ଗ କରି ଏବେ ଜାତୀୟ କ୍ରୀଡ଼ା ଦିବସ ପାଳନ କରା ଯାଉଛି। ଆଜି କେନ୍ଦୁଝର ଷ୍ଟାଡିୟମରେ ଜିଲ୍ଲା କ୍ରୀଡ଼ା ସଂସ୍ଥାର ସଂପାଦକ ଡା. ଜନାର୍ଦ୍ଦନ ଦାଶଙ୍କ ନେତୃତ୍ୱରେ ଜାତୀୟ କ୍ରୀଡ଼ା ଦିବସ ତଥା ଧ୍ୟାନଚାନ୍ଦ ଜୟନ୍ତୀ ପାଳନ କରାଯାଇଛି। ସକାଳୁ ଷ୍ଟାଡିୟମରେ ପଦ ଚାଳନା କରୁଥିବା ଓ ଖେଳୁଥିବା କ୍ରୀଡାବିତ ମାନେ ଏକାଠି ହୋଇ ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

Leave A Reply

Your email address will not be published.