କେନ୍ଦୁଝର,ତା୨୯/୮- ୩୬ତମ ପୂର୍ବ ମଣ୍ଡଳ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍ ୨୦୨୫ ରାଞ୍ଚିରେ ୨୨ରୁ ୨୪ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହା ସମ୍ବନ୍ଧରେ ରାଜ୍ୟ ସ୍ତରୀୟ ଚୟନ ପରୀକ୍ଷା ୬ ଓ ୭ ସେପ୍ଟେମ୍ବର ୨୦୨୫ (ଶନିବାର ଓ ରବିବାର)ରେ କଟକର ରିଜର୍ଭ ପୋଲିସ୍ ଗ୍ରାଉଣ୍ଡରେ ହେବ। ଏହା ପାଇଁ ଜିଲ୍ଲା ସ୍ତରୀୟ ଚୟନ ପରୀକ୍ଷା ତା୩୧/୮/୨୫ରିଖରେ ଧରଣୀଧର ସ୍ପୋର୍ଟସ୍ କମ୍ପ୍ଲେକ୍ସ, ଶଙ୍କରପୁର, କେନ୍ଦୁଝର ଠାରେ ସକାଳ ୭ଟା ୩୦ରେ ଆୟୋଜିତ ହେବ। ପ୍ରତିଭାଗୀମାନେ ଆଧାର କାର୍ଡ଼, ଜନ୍ମ ପ୍ରମାଣପତ୍ର, ଏଏଫଆଇ ଆଡ଼ି କପି (ଯଦି ଥାଏ) ଏବଂ ଏହା ସହିତ ଅଭିଭାବକଙ୍କ ସମ୍ମତି ପତ୍ର ନେଇ ନିଜେ ଖେଳ ପଡ଼ିଆରେ ଉପସ୍ଥିତ ହୋଇ ଚୟନ ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରାଯାଉଛି। ଏହି କଥା କେନ୍ଦୁଝର କ୍ରୀଡ଼ା ସଂସ୍ଥାର ସଂପାଦକ ଡା. ଜନାର୍ଦ୍ଦନ ଦାଶ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.