ଓଡ଼ଗାଁ,୨୬।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କେନାଲ ଛକ ଘଷାଦେଇପୁର ଗୋଡ଼ିସାହିର ୧୭ ବର୍ଷର ଜଣେ ନାବାଳିକା ମଙ୍ଗଳବାର ବିଷ ପାନ କରି ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି।ନାବାଳିକା ଜଣକ ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଘରପାଖ ଦୋକାନରୁ ଥଣ୍ଡା ପାନୀୟ ସହିତ ଗୋଟିଏ ବିସ୍କୁଟ ପ୍ୟାକେଟ ନେଇ ଘରକୁ ଫେରିଥିଲା।ନାବାଳିକା ଜଣକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବାକୁ ଯାଇ ଚାଉଳ ପୋକମରା ଔଷଧ ଖାଇ କୋଲ୍ଡ ଡ୍ରିଙ୍କିସ୍ ପିଇଥିଲା।ଗୁରୁତର ହେବାରୁ ପରିବାର ଲୋକେ ନାବାଳିକାକୁ ଓଡ଼ଗାଁ ଡାକ୍ତରଖାନାକୁ ଆଣିଥିଲେ।ଏଠାରୁ ତାକୁ ନୟାଗଡ଼ ସ୍ଥାନାନ୍ତର କରିଥିଲେ।ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁସାରେ ପ୍ରେମିକକୁ ଭୟଭୀତ କରିବାକୁ ଯାଇ ବିଷପାନ କରିଥିବା ନାବାଳିକା ମୃତ୍ୟୁକୁ ବରଣ କଲା।