ଗ୍ରୀନ ୱାର୍ଲଡର ମିଶନ ଗ୍ରୀନ ଡ୍ରାଇଭ : ୱାର୍ଡ ନଂ 62 ରେ ବିଶାଳ ଚାରାରୋପଣ କାର୍ଯ୍ୟକ୍ରମ

0

 ଭୁବନେଶ୍ୱର,26/8 : ମିଶନ ଗ୍ରୀନ ଡ୍ରାଇଭ ଅନ୍ତର୍ଗତ ଆଜି ୱାର୍ଡ ନଂ 62 ପୋଖରିପୁଟ ଅଂଚଳରେ “ଗ୍ରୀନ ୱାର୍ଲଡ ” ଆନୁକୁଲ୍ୟରେ ଦୁଇ ଶହ ଚାରାରୋପଣ କରାଯାଇଛି l ମୁଖ୍ଯ ଅତିଥି ଭାବ ରେ  ମେଡିସିନ୍ ଡକ୍ଟର   ଶ୍ରୀ ସାହୁ ,ପୁର୍ବତନ କର୍ପୋରେଟର ତଥା ଗ୍ରୀନ ୱାର୍ଲଡର ସଂପାଦକ ଓ ସହସଂପାଦକ ହୃଦୟ ବଲଭ ସାମନ୍ତରାୟ ଓ ଛବିଂଦ୍ର ଜେନା, ଅଶିନୀ ସୁନ୍ଦରରାୟ ତଥା ସ୍ଥାନୀୟ ମହିଳା ସଂଘର ସଦସ୍ଯା ମାନେ ମିଳିତ ଭାବେ ଉକ୍ତ କାର୍ଯ୍ୟକ୍ରମ ସଂପାଦନ କରିଥିଲେ l

ଏଥିନେଇ ଭୁବନେଶ୍ୱର ମେୟର ଏକ ଶହ ଟ୍ରି ଗାର୍ଡ ସହାୟତା ଯୋଗାଇ ଦେଇଥିଲେ l ଗ୍ରୀନ ୱାର୍ଲଡ ଏହି ଚାରାଗଛ ର ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ସଂପୁର୍ଣ୍ଣ ରକ୍ଷଣାବେକ୍ଷଣ କାର୍ଯ୍ୟ କରିବ l ଏହି କାର୍ଯ୍ୟକ୍ରମ ଅବସରରେ ବଉଳ,ନିମ,ଜାମୁକୋଳି,ପାଟେଳି ,ସୋନାଲୀ ଇତାଦି ଚାରା ରୋପଣ କରାଯାଇଥିଲା ବୋଲି ଗ୍ରୀନ ୱାର୍ଲଡର ଅଧ୍ୟକ୍ଷ ତଥା ପରିବେଶବିତ ନୃପେଶ ନାୟକ କହିଛନ୍ତି |

Leave A Reply

Your email address will not be published.